ଭୁବନେଶ୍ବର: ସୁପ୍ରିମକୋର୍ଟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପରେ ବିଜେପିକୁ ଘେରିଲା ବିଜେଡି। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ। ଏହାକୁ କ୍ଷମତାର ଅଂହକାର କୁହାଯାଏ। ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକ ମାନେ ଆଇନଠୁ ଉର୍ଦ୍ଧ୍ବରେ କି ବୋଲି ଉଠିଲା ପ୍ରଶ୍ନ। ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା। ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିଜେଡ଼ି ଦାବି କରିଛି। ସରକାର ତାକୁ ଯଦି ଅନୁସରଣ କରନ୍ତି ତାର ଅର୍ଥ ବିଜେପିର ସମସ୍ତଙ୍କୁ ସୁରକ୍ଷା ଦିଅନ୍ତୁ। ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ବିଜେଡି କହିଛି। ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ପୁଲିସ ମାନିବା ଦରକାର ନା ନାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ପୁଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବ ନାହିଁ। ସରକାର ଓ ଆଇନକୁ କେହି ଡରିବେ ନାହିଁ । ଏହା ମେସେଜ ଯିବ ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ମୋହନ ବାବୁ କେତେ ଦୂର ତାଙ୍କର ପରାକାଷ୍ଠା ଦେଖାଇବ କଣ ଆକ୍ସନ ନେବେ ଓଡ଼ିଶା ବାସି ଚାହିଁ ରହିଛନ୍ତି ବୋଲି ବିଜେଡି ବିଧାୟକ କେଶରୀ ପ୍ରତାପ ଦେବ କହିଛନ୍ତି।