ଆସନ୍ତାବର୍ଷ ଆସିବ ଭାରତର ଡିଜିଟାଲ୍‌ ମୁଦ୍ରା, ରହିବ ସରକାରୀ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ଭାରତର ନିଜସ୍ବ ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ୨୦୨୩ରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ କମ୍ପାନୀ ସଞ୍ଚାଳିତ ଇଲେକ୍ଟ୍ରୋନିକ୍‌ ୱାଲେଟ୍‌ ଭଳି ଏହା ହେବ। କିନ୍ତୁ ଏହା ସହିତ ସରକାରୀ ଗ୍ୟାରେଣ୍ଟି ଯୋଡ଼ି ହେବ। ଏ ନେଇ ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଆର୍ଥିକବର୍ଷ ୨୦୨୨-୨୩ର ବଜେଟ୍‌ ଉପସ୍ଥାପନ କରିବା ସମୟରେ କହିଥିଲେ ଯେ, ଖୁବ୍‌ଶୀଘ୍ର କେନ୍ଦ୍ରୀୟ ବ୍ୟାଙ୍କର ସମର୍ଥନରେ […]

ନୂଆଦିଲ୍ଲୀ: ଭାରତର ନିଜସ୍ବ ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ୨୦୨୩ରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ କମ୍ପାନୀ ସଞ୍ଚାଳିତ ଇଲେକ୍ଟ୍ରୋନିକ୍‌ ୱାଲେଟ୍‌ ଭଳି ଏହା ହେବ। କିନ୍ତୁ ଏହା ସହିତ ସରକାରୀ ଗ୍ୟାରେଣ୍ଟି ଯୋଡ଼ି ହେବ। ଏ ନେଇ ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଆର୍ଥିକବର୍ଷ ୨୦୨୨-୨୩ର ବଜେଟ୍‌ ଉପସ୍ଥାପନ କରିବା ସମୟରେ କହିଥିଲେ ଯେ, ଖୁବ୍‌ଶୀଘ୍ର କେନ୍ଦ୍ରୀୟ ବ୍ୟାଙ୍କର ସମର୍ଥନରେ ଡିଜିଟାଲ୍‌ ମୁଦ୍ରା ଦେଶରେ ପ୍ରଚଳନ କରାଯିବ। ନିଜ ନାମ ଗୋପନୀୟତା ରଖି ଏକ ସୂତ୍ର ପକ୍ଷରୁ ଜଣାପଡ଼ିଛି ଯେ, ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ଡିଜିଟାଲ୍‌ ମୁଦ୍ରାରେ ଭାରତୀୟ ଟଙ୍କା ଭଳି ବିଶିଷ୍ଟ ଅଙ୍କ ରହିବ।ଏହା ଫ୍ଲାଟ୍‌ ମୁଦ୍ରାଠାରୁ ଅଲଗା ଭଳି ହେବ ନାହିଁ ବରଂ ଏକା ଭଳି ଦୃଶ୍ୟମାନ ହେବ।ଏକ ପ୍ରକାର କହିବାକୁ ଗଲେ ଏହା ସରକାରୀ ଗ୍ୟାରେଣ୍ଟି ବହନ କରୁଥିବା ୱାଲେଟ୍‌ ହେବ।ଡିଜିଟାଲ୍‌ ମୁଦ୍ରା ରୁପେ ଜାରି ୟୁନିଟ୍‌ଗୁଡିକୁ ବର୍ତ୍ତମାନର ମୁଦ୍ରା ସହିତ ସାମିଲ୍‌ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷ ଶେଷ ସୁଦ୍ଧା ଏହି ଡିଜିଟାଲ୍‌ ମୁଦ୍ରାର ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ବିକଶିତ ଡିଜିଟାଲ୍‌ ଟଙ୍କା ବ୍ଲାକ୍‌ଚେନ୍‌ର ସମସ୍ତ ପ୍ରକାରର ନେଣଦେଣର ହିସାବ ଦେବାରେ ସକ୍ଷମ ହେବ।

About The Author: The Sakala