ଜଣେ ବ୍ୟକ୍ତିଙ୍କୁ କେତେଥର ହୋଇପାରେ କରୋନାର ଓମିକ୍ରନ୍‌ ଭାରିଏଣ୍ଟ୍‌, ଆସନ୍ତୁ ଜାଣିବା….

କରୋନାର ତୃତୀୟ ଲହର ଭାବେ ଏବେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଆଣ୍ଟିବଡିଜ୍‌କୁ ସହଜରେ ନିଷ୍କ୍ରୀୟ କରିଦେଇପାରୁଛି। ତେଣୁ ଏହା କରୋନାର ବିଗତ ଦୁଇଟି ଲହରଠାରୁ ଅଧିକ ଭୟାବହ। କିନ୍ତୁ ଏଥିରେ ମୃତ୍ୟୁସଂଖ୍ୟା କମ୍ ବୋଲି ଗବେଷକମାନେ ମତ ଦେଉଛନ୍ତି। କରୋନା ସମ୍ପର୍କିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ – ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଥର ଡେଲ୍‌ଟା ଭୂତାଣୁ ସଂକ୍ରମିତ କରିପାରିବ। କିନ୍ତୁ ଏ କ୍ଷେତ୍ରରେ ଓମିକ୍ରନ୍‌ ସଂକ୍ରମଣ ୪ଗୁଣା ଅଧିକ। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କୁ ୪ଗୁଣା ଅଧିକ ପରିମାଣରେ […]

କରୋନାର ତୃତୀୟ ଲହର ଭାବେ ଏବେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଆଣ୍ଟିବଡିଜ୍‌କୁ ସହଜରେ ନିଷ୍କ୍ରୀୟ କରିଦେଇପାରୁଛି। ତେଣୁ ଏହା କରୋନାର ବିଗତ ଦୁଇଟି ଲହରଠାରୁ ଅଧିକ ଭୟାବହ। କିନ୍ତୁ ଏଥିରେ ମୃତ୍ୟୁସଂଖ୍ୟା କମ୍ ବୋଲି ଗବେଷକମାନେ ମତ ଦେଉଛନ୍ତି। କରୋନା ସମ୍ପର୍କିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ – ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଥର ଡେଲ୍‌ଟା ଭୂତାଣୁ ସଂକ୍ରମିତ କରିପାରିବ। କିନ୍ତୁ ଏ କ୍ଷେତ୍ରରେ ଓମିକ୍ରନ୍‌ ସଂକ୍ରମଣ ୪ଗୁଣା ଅଧିକ। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କୁ ୪ଗୁଣା ଅଧିକ ପରିମାଣରେ ୨ଥର ଓମିକ୍ରନ୍ ହେବାର ଆଶଙ୍କା ଅଛି। ତେଣୁ ପ୍ରଥମ ଥର ଓମିକ୍ରନ୍‌ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଧ୍ୟ ବ୍ୟକ୍ତିକୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବାକୁ ହେବ। ନଚେତ୍‌ ଏହାଯୋଗୁଁ ମୃତ୍ୟୁ ହୋଇପାରେ। କରୋନାର ଦୁଇଟି ଟିକାର ଆଣ୍ଟିବଡିଜ୍‌କୁ ମଧ୍ୟ ଓମିକ୍ରନ୍‌ ସହଜରେ ମାରିଦିଏ ବୋଲି ଗବେଷଣାରୁ ଜଣାପଡ଼ିଛି। କରୋନାଠାରୁ ଓମିକ୍ରମ୍‌ର ସଂକ୍ରମଣ ୪ଗୁଣା ଅଧିକ ହେଲେ, ଏଥିପାଇଁ ସଚେତନତା ଓ ସୁରକ୍ଷା ମଧ୍ୟ ୪ ଗୁଣା ଅଧିକ ବୋଲି ଗବେଷକମାନେ କହିଛନ୍ତି। ସୁରକ୍ଷିତ ରହିବା ପାଇଁ ବାହାରକୁ କମ୍‌ ଯିବା, ଫାଷ୍ଟଫୁଡ୍‌ ନ ଖାଇବା, ସଫାସୁତରା ରହିବା, ମସଲାଖାଦ୍ୟଠାରୁ ଦୂରତା ଓ ଡବଲ୍‌ ମାସ୍କ ବ୍ୟବହାର କରିବା ଉପରେ ଗବେଷକମାନେ ଗୁରୁତ୍ବ ଦେଇଛନ୍ତି। ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ନ କରିବା ସବୁଠାରୁ ବଡ଼ ଭୁଲ୍‌ ହେବ। ତେଣୁ ଓମିକ୍ରନ୍‌ର ପ୍ରଭାବ ଜଣାପଡ଼ୁନଥିଲେ ମଧ୍ୟ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରନ୍ତୁ। ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଚେତନ ରୁହନ୍ତୁ।

About The Author: The Sakala