ଖୁବ୍‌ଶୀଘ୍ର ଆସିବ ଗୃହ ଋଣ ସୁଧ ସବ୍‌ସିଡି ଯୋଜନା: ୫୦ ଲକ୍ଷର ଗୃହ ଋଣରେ ୯ ଲକ୍ଷ ଯାଏ ମିଳିବ ସୁଧ ରିଆତି

ନୂଆଦିଲ୍ଲୀ: ନିମ୍ନ ମଧ୍ୟବିତ୍ତ ଲୋକଙ୍କ ସହରରେ ବାସଗୃହ କିଣିବାର ସ୍ୱପ୍ନ ଶୀଘ୍ର ସାକାର ହୋଇପାରେ। ଚଳିତବର୍ଷ ଶେଷ ଆଡକୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗୃହ ଋଣ ସୁଧ ସବ୍‌ସିଡି ଯୋଜନା ଆରମ୍ଭ କରିପାରନ୍ତି। ଏଥିରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ମିଳିବ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବ୍‌ସିଡି। ଏହି ଗୃହ ଋଣ ସବ୍‌ସିଡି […]

ନୂଆଦିଲ୍ଲୀ: ନିମ୍ନ ମଧ୍ୟବିତ୍ତ ଲୋକଙ୍କ ସହରରେ ବାସଗୃହ କିଣିବାର ସ୍ୱପ୍ନ ଶୀଘ୍ର ସାକାର ହୋଇପାରେ। ଚଳିତବର୍ଷ ଶେଷ ଆଡକୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗୃହ ଋଣ ସୁଧ ସବ୍‌ସିଡି ଯୋଜନା ଆରମ୍ଭ କରିପାରନ୍ତି। ଏଥିରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ମିଳିବ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବ୍‌ସିଡି। ଏହି ଗୃହ ଋଣ ସବ୍‌ସିଡି ଯୋଜନାରେ କେନ୍ଦ୍ର ସରକାର ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହି ଯୋଜନାର ଲକ୍ଷ୍ୟ କ୍ଷୁଦ୍ର ସହରାଞ୍ଚଳ ବାସଗୃହ ରହିବ, ଯେଉଁଥିରେ ସରକାର ଆଗାମୀ ୫ ବର୍ଷ ପାଇଁ ବାସଗୃହ ଋଣ ଉପରେ ସୁଧ ରିଆତି ଦେବେ। ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ଏହି ଯୋଜନାର ଲାଭ ମିଳିବା ସମ୍ଭାବନା ରହିଛି।

ପ୍ରାପକ୍ତ ସୂଚନାନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଯୋଜନା ଆରମ୍ଭ କରିପାରିବେ ଜଣାପଡିଛି। ଏହି ଯୋଜନା ଅଧୀନରେ, ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍‌ର ଗୃହ ଋଣ ନେଇଥାନ୍ତି, ତେବେ ସେ ଏହାର ଲାଭ ପାଇପାରିବେ। ଏହି ଯୋଜନା ଅଧୀନରେ ଲୋକମାନେ ଗୃହ ଋଣ ଉପରେ ବାର୍ଷିକ ସୁଧ ଉପରେ ରିହାତି ପାଇବେ। ଏହା ୩ ରୁ ୬.୫ ପ୍ରତିଶତ ଏବଂ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ଏକ ସୂତ୍ରରୁ ପ୍ରକାଶ ଯେ ସରକାର ଦେବାକୁ ଥିବା ସୁଧ ରିଆତି ଅର୍ଥ ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ଆଗୁଆ ଜମା ହେବ। ଏହ ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିନାହିଁ। ଏହି ଯୋଜନା ୨୦୨୮ପର୍ଯ୍ୟନ୍ତ ବଳବତ୍ତର ରହିପାରେ। ସମ୍ପ୍ରତି, ଆରବିଆଇ ରେପୋ ହାରରେ କ୍ରମାଗତ ବୃଦ୍ଧି ଘଟାଇଥବା ହେତୁ ଗୃହ ଋଣ ଇଏମ୍‌ଆଇ ମହଙ୍ଗା ହୋଇଛି । ଏଭଳି ପରିସ୍ଥିତିରେ ସରକାର ନିର୍ବାଚନ ପୂର୍ବରୁ ଏହି ଗୃହ ଋଣ ସୁଧ ସବସିଡି ଯୋଜନା ଘୋଷଣା କରିପାରନ୍ତି। ଗତ ମାସରେ ସରକାର ନିର୍ବାଚନ ପୂର୍ବରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୮ ପ୍ରତିଶତ ହ୍ରାସ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଯୋଜନାରେ ୯ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସୁଧ ସବସିଡି ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପରେ ପ୍ରଦାନ କରାଯିବ। ୨୦ ବର୍ଷ କାର୍ଯ୍ୟକାଳ ସହିତ ୫୦ଲକ୍ଷରୁ କମ୍ ମୂଳ୍ୟର ଘରୋଇ ଋଣ ଏହି ଯୋଜନା ପାଇଁ ଯୋଗ୍ୟ ହେବ ବୋଲି ଏକ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ସୁଧ ସବ୍‌ସିଡି ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ସିଧାସଳଖ ଭାବେ ଜମା ହେବ। ଅଧିକାରୀ ଜଣକ କହିଛନ୍ତି ଯେ ଏହି ଯୋଜନା ଦ୍ବାରା ସହରାଞ୍ଚଳର ସ୍ୱଳ୍ପ ଆୟ ବର୍ଗର ୨୫ ଲକ୍ଷ ଋଣ ଆବେଦନକାରୀଙ୍କୁ ଉପକୃତ ହୋଇପାରିବେ।

About The Author: The Sakala