ଏସ୍‌‌ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ

କଟକ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ବଡ ମେଡିକାଲ । ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି। ପ୍ରକାଶ ଥାଉକି, ଗତ ଏପ୍ରିଲ ୩ରେ ଏସ୍‌‌ସିବିରେ ଯକୃତ ପ୍ରତିରୋପଣ ହୋଇଥିଲା। […]

କଟକ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ବଡ ମେଡିକାଲ । ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।

ପ୍ରକାଶ ଥାଉକି, ଗତ ଏପ୍ରିଲ ୩ରେ ଏସ୍‌‌ସିବିରେ ଯକୃତ ପ୍ରତିରୋପଣ ହୋଇଥିଲା। ଏଥିସହ ୧୨ବର୍ଷ ପ୍ରତୀକ୍ଷାର ଅବସାନ ଘଟିଥିଲା। ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପଣ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଥିଲା। ତାଙ୍କ ପତ୍ନୀଙ୍କ ଯକୃତର ଦୁଇ-ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ହାଇଦ୍ରାବାଦ ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ୯ଜଣ ଏବଂ ବଡ଼ ମେଡିକାଲର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍‌‌ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏଆଇଜି ଲିଭର୍‌‌ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌‌ ପ୍ରତିରୋପଣରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସୂଚନା ଅନୁଯାୟୀ, କଟକ ତିଗିରିଆ ଅଞ୍ଚଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଗତ ୨ ବର୍ଷ ହେବ ଲିଭର ରୋଗରେ ପୀଡିତ ଥଲେ। ସେ ଏକ ବର୍ଷ ହେବ ଏସସିବିରେ ନିୟମିତ ତାଙ୍କର ଚିକିତ୍ସା କରାଉଥିଲେ। ତେବେ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ତାଙ୍କର ପ୍ରତିରୋପଣ ଆବଶ୍ୟକତା ପଡିଥିଲା । ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡାକ୍ତର ଅପ୍ରେଲ ୩ରେ ଏହି ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

About The Author: The Sakala