ସରକାରୀ ବ୍ୟାଙ୍କର ଘରୋଇକରଣ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି : ରଘୁରାମ ରାଜନ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ବଡ଼ ଭୁଲ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନ କହିଛନ୍ତି। କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆର୍ଥିକ ଦୃଷ୍ଟିରୁ କ୍ଷତି ସହିଆସୁଥିବା ବେଳେ କେନ୍ଦ୍ର ସରକାର ସେଗୁଡିକରୁ ସରକାରୀ ଅଂଶଧନ ବିକ୍ରି କରି ଘରୋଇକରଣ କରିବାକୁ ଚାହୁଁଛନ୍ତି। ହେଲେ ଏହି ଘରୋଇକରଣ ପ୍ରକ୍ରିୟାର ସଫଳତାକୁ ନେଇ ରାଜନ୍‌ ସନ୍ଦେହ ପ୍ରକଟ କରିଛନ୍ତି। ରାଷ୍ଟ୍ରାୟତ୍ତ […]

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ବଡ଼ ଭୁଲ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନ କହିଛନ୍ତି। କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆର୍ଥିକ ଦୃଷ୍ଟିରୁ କ୍ଷତି ସହିଆସୁଥିବା ବେଳେ କେନ୍ଦ୍ର ସରକାର ସେଗୁଡିକରୁ ସରକାରୀ ଅଂଶଧନ ବିକ୍ରି କରି ଘରୋଇକରଣ କରିବାକୁ ଚାହୁଁଛନ୍ତି। ହେଲେ ଏହି ଘରୋଇକରଣ ପ୍ରକ୍ରିୟାର ସଫଳତାକୁ ନେଇ ରାଜନ୍‌ ସନ୍ଦେହ ପ୍ରକଟ କରିଛନ୍ତି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦେବା ସବୁଠାରୁ ବଡ଼ ଭୁଲ ହେବ ବୋଲି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଅଂଶଧନ ପ୍ରତ୍ୟାହାର କାର୍ଯ୍ୟକ୍ରମ ସୂତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟତୀତ ବହୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରୁ ସରକାରୀ ଅଂଶଧନ ପ୍ରତ୍ୟାହାର ପାଇଁ ଯୋଜନା କରାଯାଇଛି। ଏ ସମ୍ପର୍କରେ ଗତ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଛି। ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବହୁ ଉଦ୍ୟୋଗଗୁଡିକରୁ ସରକାରୀ ଅଂଶଧନ ପ୍ରତ୍ୟାହାର କରାଯାଇ ମୋଟ ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ହେଲେ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁଭୂତିକୁ ବିଚାରକୁ ନେଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ କି ନାହିଁ ତାହା ଅସ୍ପଷ୍ଟ ବୋଲି ରାଜନ୍‌ କହିଛନ୍ତି।

About The Author: The Sakala