ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ : ଖୋର୍ଦ୍ଧାରେ ମେଳି, ଭୁବନେଶ୍ବରରେ ମହାଭାରତ

ଭୁବନେଶ୍ବର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି କର୍ମୀ। ଭୁବନେଶ୍ବର ଓ ବେଗୁନିଆ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ବିରୋଧ କରାଯାଇଛି। ବିଜେପି କର୍ମୀ ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ମହାମେଳି କରିବା ସହ ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି। ବିଜେପି କେବଳ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭା ପାଇଁ […]

ଭୁବନେଶ୍ବର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି କର୍ମୀ। ଭୁବନେଶ୍ବର ଓ ବେଗୁନିଆ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ବିରୋଧ କରାଯାଇଛି। ବିଜେପି କର୍ମୀ ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ମହାମେଳି କରିବା ସହ ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି।

ବିଜେପି କେବଳ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ଅପରାଜିତା ଟାଙ୍ଗୀ ବ୍ଲକ ଲେଣ୍ଡୋଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ଏଥର ପ୍ରଶାନ୍ତ ଜଗଦେବ ବିଧାୟକ ଭାବେ ଲଢିବେ ବୋଲି ଘୋଷଣା କରିଥିଲେ। ସାଂସଦଙ୍କ ଏହି ମନ୍ତବ୍ୟକୁ ନେଇ କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ଏହାର ତୀବ୍ର ବିରୋଧ କରିଥିଲେ। ଗତକାଲି ଶତାଧିକ କର୍ମୀ ବାଟମଙ୍ଗଳା ଠାରେ ଅପରାଜିତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଂସଦଙ୍କ ମନମୁଖୀ କାର୍ଯ୍ଯକୁ ତୀବ୍ର ସମାଲୋଚନା କରିଥିଲେ କର୍ମୀ।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱ ନେଇ ଗତ ବିଧାନସଭା ନିର୍ବାଚନରେ ୭୨ ହଜାରରୁ ଅଧିକ ଭୋଟ ପାଇଥିବା ନେତା କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩୦୦୦ରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି ହଜାର ହଜାର ସମର୍ଥକ। ଗତକାଲି ବିଜେପି କର୍ମୀ ମଳିପଡାରେ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଥିଲେ। ଆଜି ଅସନ୍ତୁଷ୍ଟ ବିଜେପି କର୍ମୀ ଖୋର୍ଦ୍ଧାରୁ ଶୋଭାଯାତ୍ରାରେ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି।

କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ବିହାରି ଗୋବ୍ୟାକ୍ ଭଳି ସ୍ଲୋଗାନ ଦେଇଥିଲେ ।କାଳୁ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଆଶଙ୍କା ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବାକୁ ଅପରାଜିତ ଉଦ୍ୟମ କରୁଛନ୍ତି । ଅନ୍ୟପକ୍ଷରେ ଏହି ବିରୋଧକୁ ଦେଖି,ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ସେ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବେ ନାହିଁ । ସେ ନିର୍ବାଚନ ଲଢିବାକୁ ଦଳକୁ ଆସି ନାହାନ୍ତି ।

ତେବେ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି । ତାଙ୍କରି ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶେଷ ରିପୋର୍ଟ ଅନୁସାରେ କାଳୁ ଖଣ୍ଡାୟତରାୟ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଆଲୋଚନା ସମାପ୍ତ ହୋଇଛି । କାଳୁ ଖଣ୍ଡାୟତରାୟଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପ୍ରତିଶ୍ରୂତି ଦେଇଛନ୍ତି ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି ।

About The Author: The Sakala