ଖାଦ୍ୟ ଅର୍ଡର ଢ଼ାଞ୍ଚା ରିପୋର୍ଟ: ପ୍ରତି ସେକେଣ୍ଡରେ ଅର୍ଡର ହେଉଛି ୨ଟି ବିରିୟାନୀ, ୨.୩ କୋଟି ଲୋକଙ୍କ ପସନ୍ଦ ମସଲା ଦୋସା…

ନୂଆଦିଲ୍ଲୀ: ଭାରତୀୟ ପ୍ରିୟ ଖାଦ୍ୟ ବିରିୟାନୀ। ବିଗତ ୯ ବର୍ଷ ହେବ ଦେଶରେ ଲୋକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ପାଲଟିଛି। ଚଳିତବର୍ଷ ଦେଶରେ ବିରିୟାନୀ ସର୍ବାଧିକ ଅର୍ଡର କରାଯାଇଥିଲା। ୨୦୨୪ରେ ଦେଶରେ ପ୍ରତି ସେକେଣ୍ଡରେ ୨ଟି ଏବଂ ପ୍ରତି ମିନିଟ୍‌ରେ ୧୫୮ଟି ବିରିୟାନୀ ଅର୍ଡର କରାଯାଇଥିଲା। ୨୦୨୪ରେ ୮.୩ କୋଟି ଅର୍ଡର ସହିତ ବିରିୟାନୀ ପ୍ଲାଟଫର୍ମରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଶୀର୍ଷରେ ରହିଛି। ଯେତେବେଳେ କି, ମସଲା ଦୋସା ୨.୩ କୋଟି ଅର୍ଡର ସହିତ […]

ନୂଆଦିଲ୍ଲୀ: ଭାରତୀୟ ପ୍ରିୟ ଖାଦ୍ୟ ବିରିୟାନୀ। ବିଗତ ୯ ବର୍ଷ ହେବ ଦେଶରେ ଲୋକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ପାଲଟିଛି। ଚଳିତବର୍ଷ ଦେଶରେ ବିରିୟାନୀ ସର୍ବାଧିକ ଅର୍ଡର କରାଯାଇଥିଲା। ୨୦୨୪ରେ ଦେଶରେ ପ୍ରତି ସେକେଣ୍ଡରେ ୨ଟି ଏବଂ ପ୍ରତି ମିନିଟ୍‌ରେ ୧୫୮ଟି ବିରିୟାନୀ ଅର୍ଡର କରାଯାଇଥିଲା। ୨୦୨୪ରେ ୮.୩ କୋଟି ଅର୍ଡର ସହିତ ବିରିୟାନୀ ପ୍ଲାଟଫର୍ମରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଶୀର୍ଷରେ ରହିଛି। ଯେତେବେଳେ କି, ମସଲା ଦୋସା ୨.୩ କୋଟି ଅର୍ଡର ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ମସାଲା ଡୋସା ଖାଇବାରେ ବେଙ୍ଗାଲୁରୁ ସହର ପ୍ରାଧାନ୍ୟ ବଜାୟ ରଖିଛି। ସେଠାରେ ଲୋକମାନେ ଜାନୁଆରୀ ପହିଲାରୁ ନଭେମ୍ବର ୨୨ ମଧ୍ୟରେ ୨୫ ଲକ୍ଷ ଦୋସା ଅର୍ଡର କରିଥିଲେ। ଅନଲାଇନ୍ ଫୁଡ୍‌ ଡେଲିଭରୀ କମ୍ପାନୀ ସ୍ବିଗିର ଅର୍ଡର ଢ଼ାଞ୍ଚା ରିପୋର୍ଟକୁ ଏହା ଜଣାପଡିଛି।

ଚିକେନ୍ ବର୍ଗର ରାତି ୧୨ରୁ ୨ଟା ମଧ୍ୟରେ ଲୋକଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ତେଣୁ ବିଳମ୍ବିତ ରାତି ୧୨ରୁ ୨ ଟା ମଧ୍ୟରେ ଚିକେନ୍ ବର୍ଗରୁ ସର୍ବାଧିକ ୧୮.୪ ଲକ୍ଷ ଅର୍ଡର ହୋଇଥିଲା। ଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଲକାତାରେ ଚୋଲେ, ଆଲୁ ପରଟା ଏବଂ କାଚୋରି ଅଧିକ ଅର୍ଡର କରାଯାଇଥିଲା। ତେବେ ଟ୍ରେନରେ ସବୁଠାରୁ ଅଧ୍ଖକ ଅର୍ଡର ହୋଇଥିବା ଖାଦ୍ୟ ମଧ୍ୟରୁ ବିରିୟାନୀ ଅନ୍ୟତମ। ମିଠା ମଧ୍ୟରେ ରସମାଲାଇ ଏବଂ ସୀତାଫଳ ଆଇସ୍କ୍ରିମ ସ୍ବିଗି ରିପୋର୍ଟ ଅନୁଯାୟୀ ଲୋକଙ୍କ ନିକଟରେ ବେଶ ଚାହିଦାରେ ଥିଲା। ୨୪.୮ ଲକ୍ଷ ଅର୍ଡର ସହିତ ଚିକେନ୍ ରୋଲ୍ ସର୍ବାଧିକ ପସନ୍ଦିତ ସ୍ନାକ୍ସ ଥିଲା। ଅନ୍ୟପକ୍ଷରେ ଚିକେନ୍ ମୋମୋସ୍ ୧୬.୩ ଲକ୍ଷ ଅର୍ଡର ସହିତ ଦ୍ୱିତୀୟ ଏବଂ ଫଟାଟୋ ଫ୍ରାଇଜ୍ ୧୩ ଲକ୍ଷ ଅର୍ଡର ସହିତ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ସ୍ବିଗିରେ ରାତ୍ରୀ ଭୋଜନ ପାଇଁ ୨୧.୫ କୋଟି ଅର୍ଡର ଆସିଥଲା, ଯାହା କି ମଧ୍ୟାହ୍ନ ଭୋଜନଠାରୁ ପ୍ରାୟ ୨୯% ଅଧିକ।

ରିପୋର୍ଟ ଅନୁଯାୟୀ, ସ୍ବିଗିର ଡେଲିଭରି ପାର୍ଟନରମାନେ ବର୍ଷ ଯାକରେ ମୋଟ ୧.୯୬ ବିଲିୟନ କିଲୋମିଟର ଯାତ୍ରା କରିଛନ୍ତି। ଏହା କାଶ୍ମୀରରୁ କନ୍ୟାକୁମାରୀକୁ ୫.୩୩ ଲକ୍ଷ ଥର ଯାତ୍ରା କରିବା ସହିତ ସମାନ। କପିଲ କୁମାର ପାଣ୍ଡେ ମୁମ୍ବାଇରେ ୧୦,୭୦୩ ଡେଲିଭରୀ କରି ସର୍ବୋତ୍ତମ ପ୍ରଦର୍ଶନକାରୀ ତାଲିକାରେ ଶୀର୍ଷରେ ରହିଛନ୍ତି। କୋଏମ୍ବାଟୁରର କଲିଶ୍ବରୀ ଏମ ୬୬୫୮ ଅର୍ଡର ଡେଲିଭରୀ କରି ମହିଳା ପାର୍ଟନରଙ୍କ ମଧ୍ୟରେ ଶୀର୍ଷରେ ଥିଲେ।

About The Author: The Sakala