ପରଲୋକରେ ଭେଟେରାନ୍ ସିଙ୍ଗର ଓ କମ୍ପୋଜର ବାପି ଲାହିରି

ମୁମ୍ବାଇ: ପରଲୋକରେ ଭେଟେରାନ୍ ସିଙ୍ଗର ଓ କମ୍ପୋଜର ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାପି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବାପି ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାପି ଲାହିରି ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ […]

ମୁମ୍ବାଇ: ପରଲୋକରେ ଭେଟେରାନ୍ ସିଙ୍ଗର ଓ କମ୍ପୋଜର ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାପି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୧୯୫୨ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ବାପି ନିଜର ଭିନ୍ନ ଶୈଳୀ ପାଇଁ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶେଷଥର ପାଇଁ ବାପି ଲାହିରି ବାଗି-୩ ପାଇଁ ମ୍ୟୁଜିକ କମ୍ପୋଜ୍ କରିଥିଲେ । ବାପି ଲାହିରି ଚଲତେ ଚଲତେ, ଡିସ୍କୋ ଡାନ୍ସର ଗୀତ କମ୍ପୋଜ୍ କରି ଖୁବ ପ୍ରସିଦ୍ଧ ଲାଭ କରିଥିଲେ । ବଲିଉଡରେ ଡିସ୍କୋ କିଙ୍ଗ ଭାବରେ ବେଶ୍ ପରିଚିତ ଥିଲେ ।  ସୂଚନାଯୋଗ୍ୟ, ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍‌ ମାସରେ କୋଭିଡ୍-୧୯ ପଜିଟିଭ୍‌ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍‌ ଚେୟାର୍‌ ଏବଂ ଲିଫ୍‌ଟ୍‌ ବ୍ୟବସ୍ଥା କରାଯାଇଥିଲା।

About The Author: The Sakala