ମହଙ୍ଗା ହେଲା ଏଟିଏମ୍‌ ସେବା, ବାଲାନ୍ସ ଚେକ୍‌ ପାଇଁ ଦେବାକୁ ପଡ଼ିବ ଚାର୍ଜ

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ହୋଇଛି ଏଟିଏମ୍‌ ସେବା। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବ୍ୟାଙ୍କଗୁଡିକ ସେମାନଙ୍କର ଏଟିଏମ୍‌ କାରବାର ଚାର୍ଜ ବୃଦ୍ଧି କରିଛନ୍ତି। ଏହାଛଡା ବ୍ୟାଙ୍କ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛନ୍ତି। ବ୍ୟାଙ୍କର ଏହି ନୂତନ ନିୟମ ମେ’ ପହିଲାଠାରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗାଇଡଲାଇନ ଅନୁସାରେ ବ୍ୟାଙ୍କମାନେ ଏଟିଏମ୍‌ ଚାର୍ଜର ସଂଶୋଧିତ ଫି’ ଲାଗୁ କରିଛନ୍ତି। ବ୍ୟାଙ୍କଗୁଡିକର ଏହି ପଦକ୍ଷେପ ପରେ ମାଗଣା କାରବାର ସୀମା ପରେ ଏଟିଏମରୁ ନଗଦ ଉଠାଣ […]

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ହୋଇଛି ଏଟିଏମ୍‌ ସେବା। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବ୍ୟାଙ୍କଗୁଡିକ ସେମାନଙ୍କର ଏଟିଏମ୍‌ କାରବାର ଚାର୍ଜ ବୃଦ୍ଧି କରିଛନ୍ତି। ଏହାଛଡା ବ୍ୟାଙ୍କ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛନ୍ତି। ବ୍ୟାଙ୍କର ଏହି ନୂତନ ନିୟମ ମେ’ ପହିଲାଠାରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗାଇଡଲାଇନ ଅନୁସାରେ ବ୍ୟାଙ୍କମାନେ ଏଟିଏମ୍‌ ଚାର୍ଜର ସଂଶୋଧିତ ଫି’ ଲାଗୁ କରିଛନ୍ତି। ବ୍ୟାଙ୍କଗୁଡିକର ଏହି ପଦକ୍ଷେପ ପରେ ମାଗଣା କାରବାର ସୀମା ପରେ ଏଟିଏମରୁ ନଗଦ ଉଠାଣ ମହଙ୍ଗା ହୋଇଯାଇଛି।

ନୂଆ ନିୟମାନୁଯାୟୀ, ଟଙ୍କା ଉଠାଣ ହେଉ ଅବା ବାଲାନ୍ସ ଚେକ୍‌ ସବୁ ସେବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଚାର୍ଜ। ମାଗଣା ସୀମା ପରେ ପ୍ରତ୍ୟେକ ଏଟିଏମ୍ କାରବାର ପାଇଁ କାରବାର ପିଛା ସର୍ବାଧିକ ୨୩ ଟଙ୍କା ଚାର୍ଜ ବା ଶୁଳ୍କ ଲାଗିବ। ଏହା ଉପରେ ପୃଥକ ଭାବରେ ଟିକସ ଆଦାୟ କରାଯିବ। ଏ ପର୍ଯ୍ୟନ୍ତ ଏହି ଶୁଳ୍କ ୨୧ ଟଙ୍କା ଥିଲା।

ନୂଆ ନିୟମରେ ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାନ୍ତି, ତେବେ ଆପଣଙ୍କଠାରୁ ବାଲାନ୍ସ ଯାଞ୍ଚ କରିବା, ମିନି ଷ୍ଟେଟମେଣ୍ଟ ବାହାର କରିବା ଏବଂ ପିନ୍‌ ପରିବର୍ତ୍ତନ କରିବା ଭଳି ସେବା ପାଇଁ ମଧ୍ୟ ଶୁଳ୍କ ଆଦାୟ କରାଯିବ। ଆହୁରିମଧ୍ୟ ଆରବିଆଇ ମଧ୍ୟ ଇଣ୍ଟରଚେଞ୍ଜ ଫି’ରେ ୨ ଟଙ୍କା ବୃଦ୍ଧି କରିଛି। ଏହାବ୍ୟତୀତ, ଦିଲ୍ଲୀ ଓ ମୁମ୍ବାଇ ଭଳି ମେଟ୍ରୋ ସହରରେ ଗ୍ରାହକମାନେ ମାସକୁ ତିନିଥର ମାଗଣା ଏଟିଏମ୍‌ ଉଠାଣ ସୁବିଧା ବ୍ୟବହାର କରିପାରିବେ। ସେହିପରି ଅଣ-ମେଟ୍ରୋ ସହରଗୁଡ଼ିକରେ ଏହି ସୀମା ପାଞ୍ଚ ଗୁଣ। ସେହି ସହରଗୁଡିକରେ ଗ୍ରାହକ ମାସକୁ ମାସକୁ ୫ଥର ମାଗଣା ଏଟିଏମ୍‌ ଉଠାଣ ସୁବିଧା ପାଇପାରିବେ। ଭାରତୀୟ ଷ୍ଟେଟବ୍ୟାଙ୍କ, ଏଚ୍‌ଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କ ନିମନ୍ତେ ମେ’ ପହିଲାଠାରୁ ଏହି ନିୟମ ଲାଗୁ କରିଛନ୍ତି।

ଆହୁରିମଧ୍ୟ ଏହି ନୂତନ ନିୟମାନୁଯାୟୀ, ଯେଉଁ ଆକାଉଣ୍ଟଧାରୀ ବ୍ୟାଙ୍କ ଖାତାରେ ହାରାହାରି ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ବଜାୟ ରଖିବେ ସେମାନେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ ଉଭୟରୁ ଅସୀମିତ ମାଗଣା କାରବାରର ସୁବିଧା ପାଇବେ। ଫଳରେ ସମସ୍ତ ମେଟ୍ରୋ କିମ୍ବା ଅଣ-ମେଟ୍ରୋ ଗ୍ରାହକମାନେ ଏବେ ପ୍ରତି ମାସରେ ଏସ୍‌ବିଆଇ ଏଟିଏମ୍‌ରୁ ୫ଟି ମାଗଣା ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୧୦ଟି ମାଗଣା କାରବାର କରିପାରିବେ। ଯେଉଁ ଗ୍ରାହକମାନେ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ମଧ୍ୟରେ ହାରାହାରି ମାସିକ ବାଲାନ୍ସ ବଜାୟ ରଖିବେ, ସେମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୫ଟି ମାଗଣା କାରବାର ସୁବିଧା ପାଇବେ।

 

About The Author: The Sakala