ଭାରତକୁ କୋହିନୁର ହୀରା ଫେରାଇବ ବ୍ରିଟେନ୍‌ !

The Sakala Picture
Published On

ଲଣ୍ଡନ: ବ୍ରିଟେନ ସରକାର ଭାରତରୁ କୋହିନୁର ହୀରା ନେଇ ଯାଇଛନ୍ତି। ଏହି ହୀରା ବ୍ରିଟେନ ରାଣୀଙ୍କ ମୁକୁଟରେ ଲାଗିଛି। ଦୀର୍ଘ ବର୍ଷ ହେଲା ଏହି ବହୁମୂଲ୍ୟ ହୀରା ଫେରାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯାଉଛି। ମାତ୍ର ଏବେ ବ୍ରିଟେନ ସରକାର ଏହି ହୀରାକୁ ଫେରାଇବା ନେଇ ଆଶା ସୃଷ୍ଟି ହୋଇଛି। କାରଣ ନିକଟରେ ନାଜି ଶାସନ ସମୟରେ ଲୁଟ୍‌ କରାଯାଇଥିବା ଏକ ବହୁମୂଲ୍ୟ ଚିତ୍ରକଳାକୁ ତାହାର ମୂଳ ବଂଶୋଦ୍ଭବ ଇହୁଦୀ ପରିବାରକୁ ଫେରାଇବା ଲାଗି ବ୍ରିଟେନ […]

ଲଣ୍ଡନ: ବ୍ରିଟେନ ସରକାର ଭାରତରୁ କୋହିନୁର ହୀରା ନେଇ ଯାଇଛନ୍ତି। ଏହି ହୀରା ବ୍ରିଟେନ ରାଣୀଙ୍କ ମୁକୁଟରେ ଲାଗିଛି। ଦୀର୍ଘ ବର୍ଷ ହେଲା ଏହି ବହୁମୂଲ୍ୟ ହୀରା ଫେରାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯାଉଛି। ମାତ୍ର ଏବେ ବ୍ରିଟେନ ସରକାର ଏହି ହୀରାକୁ ଫେରାଇବା ନେଇ ଆଶା ସୃଷ୍ଟି ହୋଇଛି। କାରଣ ନିକଟରେ ନାଜି ଶାସନ ସମୟରେ ଲୁଟ୍‌ କରାଯାଇଥିବା ଏକ ବହୁମୂଲ୍ୟ ଚିତ୍ରକଳାକୁ ତାହାର ମୂଳ ବଂଶୋଦ୍ଭବ ଇହୁଦୀ ପରିବାରକୁ ଫେରାଇବା ଲାଗି ବ୍ରିଟେନ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଭାରତକୁ କୋହିନୁର ଫେରା ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ଉପନିବେଶ କାଳରେ ଲୁଟ୍‌ କରାଯାଇଥିବା ଅନ୍ୟ ଐତିହାସିକ ସ୍ମାରକ ମଧ୍ୟ ଫେରା ଯାଇପାରେ। ଭାରତ ସରକାର ଏବଂ ଐତିହାସିକମାନେ ଏହି ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଯଦି ବ୍ରିଟେନ କୋହିନୂର ଫେରାଇବାକୁ କରିବାକୁ ମଞ୍ଜୁରୀ ଦିଏ ତେବେ ଏହା ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହୋଇପାରେ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ରିପୋର୍ଟ ଅନୁଯାୟୀ ୧୬୫୪ର ଐତିହାସିକ ଚିତ୍ରକଳା ‘ଏନିଅସ ଆଣ୍ଡ ହିଜ୍‌ ଫ୍ୟାମିଲି ଫ୍ଲିଂ ବର୍ଣ୍ଣି ଟ୍ରୟ’କୁ ତାର ପ୍ରକୃତ ଉତ୍ତରାଧିକାରୀଙ୍କୁ ବ୍ରିଟେନ ଫେରାଇବାକୁ ଯାଉଛି। ୧୯୪୦ରେ ବେଲ୍‌ଜିୟମର ଇହୁଦୀ କଳାକୃତି ସଂରକ୍ଷକ ସାମୁଏଲ ହାର୍ଟୱେଲ୍ଡଙ୍କଠାରୁ ଛଡ଼ାଇ ଅଣାଯାଇଥିଲା। ଏହାକୁ ଲଣ୍ଡନର ଟଟ୍‌ ବ୍ରିଟେନ ସଂଗ୍ରାହଳୟରେ ରଖା ଯାଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର