ଦେଶର ଅର୍ଥନୀତିକୁ ଶକ୍ତ ଝଟ୍‌କା, ୨ ବର୍ଷରେ ସର୍ବନିମ୍ନ ସ୍ତରରେ ଜିଡିପି

The Sakala Picture
Published On

ନୂଆଦିଲ୍ଲୀ: ବିକାଶ ବାଟହୁଡା। ଦେଶର ଅର୍ଥନୀତିକୁ ଲାଗିଛି ବଡ଼ ଝଟ୍‌କା। କାରଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ଆର୍ଥିକବର୍ଷ ଜୁଲାଇ-ସେପ୍ଟେମ୍ବର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାସରେ ୫.୪ ପ୍ରତିଶତକୁ ହ୍ରାସ ଘଟିଛି, ଯାହାକି ବିଗତ ୭ ତ୍ରୈମାସିକ ବା ୨୧ ମାସରେ ସର୍ବନିମ୍ନ। ବିନିର୍ମାଣ ବା ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) […]

ନୂଆଦିଲ୍ଲୀ: ବିକାଶ ବାଟହୁଡା। ଦେଶର ଅର୍ଥନୀତିକୁ ଲାଗିଛି ବଡ଼ ଝଟ୍‌କା। କାରଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ଆର୍ଥିକବର୍ଷ ଜୁଲାଇ-ସେପ୍ଟେମ୍ବର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାସରେ ୫.୪ ପ୍ରତିଶତକୁ ହ୍ରାସ ଘଟିଛି, ଯାହାକି ବିଗତ ୭ ତ୍ରୈମାସିକ ବା ୨୧ ମାସରେ ସର୍ବନିମ୍ନ। ବିନିର୍ମାଣ ବା ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହାପୂର୍ବରୁ ୨୦୨୩-୨୪ ଆର୍ଥିକବର୍ଷ ଅର୍ଥାତ୍‌ ଏକ ବର୍ଷ ପୂର୍ବେ ସମାନ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେହିପରି ୨୦୨୨-୨୩ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସିକରେ ଅଭିବୃଦ୍ଧି ସର୍ବନିମ୍ନ ୪.୩ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଦର୍ଶାଉଛି ଯେ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିଥିଲା, ଯାହା ପୂର୍ବ ବର୍ଷର ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ତେବେ କଥିତ ତ୍ରୈମାସିକରେ ଉତ୍ପାଦନ ବା ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୨.୨ ପ୍ରତିଶତକୁ ଖସି ଆସିଥିଲାବେଳେ ଠିକ୍‌ ବର୍ଷକ ପୂର୍ବେ ଏହା ୧୪.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଥିଲା। ବର୍ତ୍ତମାନ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୬ ପ୍ରତିଶତ ଉପରେ ଥିଲା। ଅପରପକ୍ଷେ ଗତ ଆର୍ଥି ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଥିଲା। ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୭ ମାସରେ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ସମ୍ପୂର୍ଣ୍ଣ ବର୍ଷ ପାଇଁ ରଖାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟର ୪୬.୫ ପ୍ରତିଶତରେ ପହଞ୍ଚିଛି। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ)ର ତଥ୍ୟ ଅନୁଯାୟୀ, ଏପ୍ରିଲ୍-ଅକ୍ଟୋବର ମଧ୍ୟରେ ଆର୍ଥିକ ନିଅଣ୍ଟ ୭,୫୦,୮୨୪ କୋଟି ଟଙ୍କା ଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସରକାରଙ୍କ ଖର୍ଚ୍ଚ ଏବଂ ରାଜସ୍ୱ ମଧ୍ୟରେ ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

 

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର