ବର୍ଷକରେ ୫୦୦ କୋଟିର ଆଣ୍ଟିବାୟୋଟିକ୍‌ ଖାଇଛନ୍ତି ଭାରତୀୟ, ସର୍ବାଧିକ ବ୍ୟବହାର କରାଯାଇଛି ଆଜିଥ୍ରୋମାଇସିନ୍‌

The Sakala Picture
Published On

ନୂଆଦିଲ୍ଲୀ: କରୋନା ସମୟରେ ଡାକ୍ତରମାନେ ଔଷଧ କମ୍ପାନୀଙ୍କ ଠାରୁ ଭଲ ଉପହାର ପାଇ ରୋଗୀଙ୍କୁ ଡୋଲୋ-୬୫୦ ଟାବଲେଟ ଖାଇବାକୁ ପରମର୍ଶ ଦେଇଥିଲେ। ଏଥିପାଇଁ ଏହି ଔଷଧ ପ୍ରସ୍ତୁତକାରୀକମ୍ପାନୀ ୧୦୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲା ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ ହେବା ପରେ ଏହାକୁ କୋର୍ଟ ଚିନ୍ତାଜନକ ବୋଲି କହିଥିଲେ। ହେଲେ ଏହି ଘଟଣା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ଭାରତୀୟମାନଙ୍କ ଦ୍ବାରା ଆଣ୍ଟିବାୟୋଟିକ୍‌ ବ୍ୟବହାରକୁ ନେଇ ବିସ୍ମିତ କଲାଭଳି […]

ନୂଆଦିଲ୍ଲୀ: କରୋନା ସମୟରେ ଡାକ୍ତରମାନେ ଔଷଧ କମ୍ପାନୀଙ୍କ ଠାରୁ ଭଲ ଉପହାର ପାଇ ରୋଗୀଙ୍କୁ ଡୋଲୋ-୬୫୦ ଟାବଲେଟ ଖାଇବାକୁ ପରମର୍ଶ ଦେଇଥିଲେ। ଏଥିପାଇଁ ଏହି ଔଷଧ ପ୍ରସ୍ତୁତକାରୀକମ୍ପାନୀ ୧୦୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲା ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ ହେବା ପରେ ଏହାକୁ କୋର୍ଟ ଚିନ୍ତାଜନକ ବୋଲି କହିଥିଲେ। ହେଲେ ଏହି ଘଟଣା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ଭାରତୀୟମାନଙ୍କ ଦ୍ବାରା ଆଣ୍ଟିବାୟୋଟିକ୍‌ ବ୍ୟବହାରକୁ ନେଇ ବିସ୍ମିତ କଲାଭଳି ଏକ ତଥ୍ୟ ଜାଣିବାକୁ ମିଳିଛି। ଭରତୀୟମାନେ ଅତ୍ୟଧିକ ମାତ୍ରାରେ ଆଣ୍ଟିବାୟୋଟିକ ବ୍ୟବହାର କରୁଥିବା ବେଳେ କେବଳ ୨୦୧୯ରେ ୫୦୦ କୋଟିରୁ ଅଧିକ ଟଙ୍କାର ଆଣ୍ଟିବାୟୋଟିକ ଟାବଲେଟ୍‌ ବ୍ୟବହାର କରିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ସେଥିମଧ୍ୟରୁ ଆଜିଥ୍ରୋମାଇସିନ୍‌ ସର୍ବାଧିକ ବ୍ୟବହାର କରାଯାଇଥିଲା ବୋଲି ଗବେଷଣାରେ ଜଣାପଡ଼ିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା ପ୍ରକାଶ କରୁଥିବା ପ୍ରତିଷ୍ଠିତ ଲାନସେଟ୍‌ ରିଜନାଲ ହେଲ୍ଥ ସାଉଥଇଷ୍ଟ ଏସିଆ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତୀୟମାନଙ୍କ ଦ୍ବାରା ଏତେ ପରିମାଣର ଆଣ୍ଟିବାୟୋଟିକ ବ୍ୟବହାରକୁ ଗବେଷକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ଭାରତରେ ଆଣ୍ଟିବାୟୋଟିକର ବିକ୍ରି ଓ ବ୍ୟବହାରକୁ ନେଇ ରହିଥିବା ନିୟମକୁ କଡ଼ା କରିବା ନେଇ ନୂଆ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଆଣ୍ଟିବାୟୋଟିକ୍ ବିକ୍ରିରେ ପ୍ରତିବନ୍ଧକ ନଥିବାରୁ ଏହାର ବିକ୍ରି ଓ ଉପଲବ୍ଧତାରେ ଅସନ୍ତୁଳନ ଦେଖାଦେଉଛି ବୋଲି ଗବେଷଣାରେ କୁହାଯାଇଛି। ୨୦୧୫ରୁ ଆଣ୍ଟିବାୟୋଟିକର ବ୍ୟବହାର ନେଇ ଗବେଷଣା ସଂସ୍ଥା ୬୫ଟି ଦେଶରେ ଗବେଷଣା କରିଥିଲା।

ଆହୁରି ପଢ଼ନ୍ତୁ: ୩୦ ବର୍ଷ ପୂର୍ବରୁ ନିୟନ୍ତ୍ରଣ କରନ୍ତୁ କୋଲେଷ୍ଟ୍ରଲ! ହୃଦଘାତ ଓ ଷ୍ଟ୍ରୋକ୍ ରୋକିବା ପାଇଁ ବିଶେଷଜ୍ଞଙ୍କ ନୂଆ ଗାଇଡଲାଇନ୍

08 Sep 2022 By The Sakala

ବର୍ଷକରେ ୫୦୦ କୋଟିର ଆଣ୍ଟିବାୟୋଟିକ୍‌ ଖାଇଛନ୍ତି ଭାରତୀୟ, ସର୍ବାଧିକ ବ୍ୟବହାର କରାଯାଇଛି ଆଜିଥ୍ରୋମାଇସିନ୍‌

ନୂଆଦିଲ୍ଲୀ: କରୋନା ସମୟରେ ଡାକ୍ତରମାନେ ଔଷଧ କମ୍ପାନୀଙ୍କ ଠାରୁ ଭଲ ଉପହାର ପାଇ ରୋଗୀଙ୍କୁ ଡୋଲୋ-୬୫୦ ଟାବଲେଟ ଖାଇବାକୁ ପରମର୍ଶ ଦେଇଥିଲେ। ଏଥିପାଇଁ ଏହି ଔଷଧ ପ୍ରସ୍ତୁତକାରୀକମ୍ପାନୀ ୧୦୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲା ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ ହେବା ପରେ ଏହାକୁ କୋର୍ଟ ଚିନ୍ତାଜନକ ବୋଲି କହିଥିଲେ। ହେଲେ ଏହି ଘଟଣା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ଭାରତୀୟମାନଙ୍କ ଦ୍ବାରା ଆଣ୍ଟିବାୟୋଟିକ୍‌ ବ୍ୟବହାରକୁ ନେଇ ବିସ୍ମିତ କଲାଭଳି ଏକ ତଥ୍ୟ ଜାଣିବାକୁ ମିଳିଛି। ଭରତୀୟମାନେ ଅତ୍ୟଧିକ ମାତ୍ରାରେ ଆଣ୍ଟିବାୟୋଟିକ ବ୍ୟବହାର କରୁଥିବା ବେଳେ କେବଳ ୨୦୧୯ରେ ୫୦୦ କୋଟିରୁ ଅଧିକ ଟଙ୍କାର ଆଣ୍ଟିବାୟୋଟିକ ଟାବଲେଟ୍‌ ବ୍ୟବହାର କରିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ସେଥିମଧ୍ୟରୁ ଆଜିଥ୍ରୋମାଇସିନ୍‌ ସର୍ବାଧିକ ବ୍ୟବହାର କରାଯାଇଥିଲା ବୋଲି ଗବେଷଣାରେ ଜଣାପଡ଼ିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା ପ୍ରକାଶ କରୁଥିବା ପ୍ରତିଷ୍ଠିତ ଲାନସେଟ୍‌ ରିଜନାଲ ହେଲ୍ଥ ସାଉଥଇଷ୍ଟ ଏସିଆ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତୀୟମାନଙ୍କ ଦ୍ବାରା ଏତେ ପରିମାଣର ଆଣ୍ଟିବାୟୋଟିକ ବ୍ୟବହାରକୁ ଗବେଷକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଭାରତରେ ଆଣ୍ଟିବାୟୋଟିକର ବିକ୍ରି ଓ ବ୍ୟବହାରକୁ ନେଇ ରହିଥିବା ନିୟମକୁ କଡ଼ା କରିବା ନେଇ ନୂଆ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଆଣ୍ଟିବାୟୋଟିକ୍ ବିକ୍ରିରେ ପ୍ରତିବନ୍ଧକ ନଥିବାରୁ ଏହାର ବିକ୍ରି ଓ ଉପଲବ୍ଧତାରେ ଅସନ୍ତୁଳନ ଦେଖାଦେଉଛି ବୋଲି ଗବେଷଣାରେ କୁହାଯାଇଛି। ୨୦୧୫ରୁ ଆଣ୍ଟିବାୟୋଟିକର ବ୍ୟବହାର ନେଇ ଗବେଷଣା ସଂସ୍ଥା ୬୫ଟି ଦେଶରେ ଗବେଷଣା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର