ମାତ୍ର ୬୯ ଟଙ୍କାରେ ମିଳୁଛି ୭୬୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କିପରି ନେବେ ଏହି ଅଫର’ର ଲାଭ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହଙ୍ଗା ମାଡ଼ । ଗୋଟିଏ ପଟେ ଲଗାତାର ତୈଳଦର ବୃଦ୍ଧି ଖାଉଟିଙ୍କ ଅସ୍ତବ୍ୟସ୍ତ କରି ଦେଉଥିବା ବେଳେ ପୁଣି ଗ୍ୟାସ୍ ଦର ବଢ଼ିଛି । ଗତ ପେବୃଆରୀ ୧୫ ତାରିଖରୁ ୧୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଛି । ଯାହା ଫଳରେ ୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍‌ ୭୬୯ ଟଙ୍କାରେ ପହଞ୍ଚିଛି।  କିନ୍ତୁ  ଆମେ ଆଜି ଆପଣଙ୍କୁ ଜଣାଇବୁ କିପରି ଆପଣ ଏହି […]

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହଙ୍ଗା ମାଡ଼ । ଗୋଟିଏ ପଟେ ଲଗାତାର ତୈଳଦର ବୃଦ୍ଧି ଖାଉଟିଙ୍କ ଅସ୍ତବ୍ୟସ୍ତ କରି ଦେଉଥିବା ବେଳେ ପୁଣି ଗ୍ୟାସ୍ ଦର ବଢ଼ିଛି । ଗତ ପେବୃଆରୀ ୧୫ ତାରିଖରୁ ୧୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଛି । ଯାହା ଫଳରେ ୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍‌ ୭୬୯ ଟଙ୍କାରେ ପହଞ୍ଚିଛି।  କିନ୍ତୁ  ଆମେ ଆଜି ଆପଣଙ୍କୁ ଜଣାଇବୁ କିପରି ଆପଣ ଏହି ଦାମୀ ୭୬୯ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡରକୁ କିପରି ମାତ୍ର ୬୯ ଟଙ୍କାରେ କିଣିପାରିବେ ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଆପଣ ପେଟିଏମ୍ରୁ ନିଜର ଏଲ୍‌ପିଜି ସିଲିଣ୍ଡର ବୁକ୍ କରି ଆପଣ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଦେଶର ଅଧିକାଂଶ ଭାଗରେ ଯେଉଁଠାରେ ସବସିଡି ପରେ ଏଲ୍‌ପିଜି ସିଲିଣ୍ଡର ୭୦୦ ରୁ ୭୬୯ ଟଙ୍କା ମଧ୍ୟରେ ଅଛି, ଆପଣ ପେଟିଏମର ସ୍ୱତନ୍ତ୍ର କ୍ୟାସବ୍ୟାକର ଲାଭ ଉଠାଇ ୧୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର  ମାତ୍ର ୬୯ ଟଙ୍କାରେ କିଣି ପାରିବେ । ଜାଣନ୍ତୁ କିପରି ଏହି ଅଫରର ଲାଭ ଉଠାଇବେ …

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

  1.  ଯଦି ଆପଣଙ୍କର ଫୋନରେ ପେଟିଏମ୍ ଆପ୍ ନାହିଁ ତେବେ ପ୍ରଥମେ ଡାଉନଲୋଡ୍ କରନ୍ତୁ
  2.  ଏହା ପରେ ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ଖୋଲନ୍ତୁ
  3.  ଏହା ପରେ ‘ରିଚାର୍ଜ ଏବଂ ବିଲ୍ ପେ’ ଆପ୍ସନକୁ ଯାଆନ୍ତୁ
  4.  ଏହା ପରେ ‘ବୁକ୍ ସିଲିଣ୍ଡର’ ଅପ୍ସନ୍ ଖୋଲନ୍ତୁ
  5.  ଏହା ପରେ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡିଆନ୍‌, ଯେଉଁ ଗ୍ୟାସ୍‌ କମ୍ପାନୀର ଆପଣବ୍ୟବହାର କରନ୍ତି ତାହା ଚୟନ କରନ୍ତୁ ।
  6.  ଏହା ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର ଏଲ୍‌ପିଜି ଆଇଡି ଏଣ୍ଟ୍ରି କରନ୍ତୁ
  7.  ଏହା ପରେ ଆପଣ ପେମେଣ୍ଟ ବିକଳ୍ପ ଦେଖିବେ
  8. : ବର୍ତ୍ତମାନ ପେମେଣ୍ଟରେ ଏଣ୍ଟ୍ରି କରିବା ପୂର୍ବରୁ, ଅଫରରେ ”FIRSTLPG’ ପ୍ରୋମୋ କୋଡ୍ ଲେଖନ୍ତୁ

୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଏହି ଅଫର୍ ବୈଧ ରହିବ । ଯେଉଁ ଗ୍ରାହକମାନେ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ସେମାନେ ପେଟିଏମ୍ ଆପରୁ କ୍ୟାସବ୍ୟାକ୍ ୭୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଗ୍ରାହକମାନେ କେବଳ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ପେଟିଏମ୍ ଆପ୍‌ରେ  ଏଲପିଜି ସିଲିଣ୍ଡର ବୁକିଂ କରି ଏହି କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇ ପାରିବେ । ଏହି ଅଫର ପାଇଁ ପେଟିଏମ୍ ପକ୍ଷରୁ ଅନେକ ଗ୍ୟାସ୍ ବିତରକ କମ୍ପାନୀ ସହିତ ସଂଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର