ପଞ୍ଜାବରେ ଆମ ଆଦମି ପାର୍ଟିର ରେକର୍ଡ: ପୁଅର ବିଜୟରେ ଆତ୍ମହରା ହେଲେ ଭଗୱନ୍ତଙ୍କ ମା’

ପଞ୍ଜାବ: ପଞ୍ଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍। ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ । ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’। #WATCH | AAP CM […]

ପଞ୍ଜାବ: ପଞ୍ଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍। ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ । ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’।


ପୁଅର ବିଜୟରେ ଆତ୍ମହରା ହୋଇଯାଇଥିଲେ ଭଗୱନ୍ତଙ୍କ ମା’ ଜନସଭାର ମଞ୍ଚ ଉପରେ ମା’ ପୁଅଙ୍କ ଖୁସିର ମୁହୂର୍ତ୍ତକୁ ସେୟାର କରିଛନ୍ତି । ପୁଅ ପ୍ରକୃତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ପାଇଁ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ବୋଲି ଭାବବିହ୍ୱଳିତ ହୋଇ କହିଛନ୍ତି ଭଗୱନଙ୍କ ମା’ । ଏହାସହ ତାଙ୍କର ଏପରି ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଗୱନ ଓ ତାଙ୍କ ପରିବାର।

About The Author: The Sakala