ଭୁବନେଶ୍ୱର : ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହଣ ୨ଟା ଯାଏ ବଳବତ୍ତର ରହିବ ଏହି ବନ୍ଦ ।
ଧାନମଣ୍ଡିରେ ଅବ୍ୟବସ୍ଥା ଓ କଟନୀଛଟନୀ, ବିଜୁଳି ସ୍ମାର୍ଟ ମିଟର, ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଗାଡ଼ି ଚାଳକଙ୍କ ଉପରେ ଜରିମାନା ବୋଝର ଜୋରଦାର ପ୍ରତିବାଦ କରୁଛି ସଂଗଠନ । ଓଡ଼ିଶା ବନ୍ଦକୁ ସମର୍ଥନ ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହଣ ୨ଟା ଯାଏ ଚାଲିବ ।
ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ଛକ ଗୁଡ଼ିକରେ ପିକେଟିଂ କରାଯାଉଛି । ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ନଵନିର୍ମାଣ କୃଷକ ସଂଗଠନ ନିବେଦନ କରିଛି । ବନ୍ଦକୁ କଂଗ୍ରେସ ସମର୍ଥନ ଜଣାଇଛି । ବ୍ରହ୍ମପୁର ଓ ବଲାଙ୍ଗୀର ସହରରେ ବନ୍ଦ ପାଳନ ଯୋଗୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।