ଭୁବନେଶ୍ବର : ‘ମୋଦୀ ରୋଜଗାର ଦୋ’ ଏହି ସ୍ଲୋଗାନ ଆଜି ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏହି ବିଷୟରେ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଆସୁଛି । ବାସ୍ତବରେ, ଦେଶରେ ବେକାରୀ ବୃଦ୍ଧି ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କ ପାଇଁ ରୋଜଗାର ଏକ ବଡ଼ ଆହ୍ବାନ ପାଲଟିଛି। ବର୍ତ୍ତମାନ ଛାତ୍ରମାନେ ରୋଜଗାର ପାଇଁ ବୁଲୁଛନ୍ତି। ଏହାରି ମଧ୍ୟରେ ଛାତ୍ରଛାତ୍ରୀମାନେ ଟ୍ବିଟର ମାଧ୍ୟରେ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ #modi_rojgar_do ସ୍ଲୋଗାନ ହ୍ୟାସଟ୍ୟାଗ ସହ ଟ୍ବିଟ କରୁଛନ୍ତି । ଗତକାଲି ଠାରୁ ଆଜି ମଧ୍ୟରେ ପ୍ରାୟ ୧୩ ଲକ୍ଷରୁ ଅଧିକ ଟ୍ବିଟ ଏହି ହ୍ୟାସଟ୍ୟାଗ ବ୍ୟବହାର କରାଯାଇ କରାଯାଇଛି। ଏଥିସହ ସରକାରୀ ଜିନିଷର ଘରୋଇକରଣକୁ ବିରୋଧ ତୀବ୍ର ହୋଇଛି।
ଯୁବ ଗୋଷ୍ଠୀ ମଧ୍ୟ ରୋଜଗାର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ଉଠାଉଛନ୍ତି । ବେକାରୀ ଯୁବକମାନେ କହିଛନ୍ତି ଯେ ୨୦୧୪ ରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦୀ ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ରୋଜଗାରର ସ୍ୱପ୍ନ ସାକାର ହୋଇପାରିଲା ନାହିଁ । ନିକଟରେ ବିଜେପି ମୁମ୍ବାଇରୁ ରୋଜଗାର ପାଇଁ ଅଭିଯାନ ଆରମ୍ଭ କରିଥିଲା। ରୋଜଗାରକୁ ନେଇ ସୋସିଆଲ ମିଡିଆରେ ଏକ ଅସନ୍ତୋଷ ଦେଖାଦେଇଛି। ।
୨୦୧୪ ରେ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର ଆସିଲେ ପ୍ରତିବର୍ଷ ୧ କୋଟି ଯୁବକଙ୍କୁ ଚାକିରି ଦିଆଯିବ। କିନ୍ତୁ କେତେ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଚାକିରି ଦିଆଯାଇଛି ବୋଲି ଟ୍ବିଟରରେ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ତ୍ତମାନ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି କିନ୍ତୁ ତାଙ୍କ ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି। ଯେଉଁଥି ପାଇଁ ବର୍ତ୍ତମାନ ଦେଶର ଯୁବକମାନେ ଟ୍ୱିଟର ମାଧ୍ୟମରେ ମୋଦୀ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି।