କମୁଛି ସ୍ମାର୍ଟଫୋନ୍‌ ବିକ୍ରି, ଏଣ୍ଟ୍ରି ଓ ମିଡ୍‌ ଲେବଲ ଫୋନ୍‌ ବିକ୍ରିରେ ବୃହତ୍‌ ହ୍ରାସ

ନୂଆଦିଲ୍ଲୀ: ସମ୍ପ୍ରତି ସାରା ଦୁନିଆ ଟେକ୍ନୋଲୋଜି କ୍ଷେତ୍ରରେ ବେଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ହେଲେ ଭାରତ ଏବେ ଏ କ୍ଷେତ୍ରରେ ବ୍ୟତିକ୍ରମ। ଏହା ବିଶ୍ବାସ ଲାଗୁ ନ ଥିଲେ ମଧ୍ୟ ସତ୍ୟ। ଭାରତର ଇଣ୍ଟରନେଟ୍ ଅଭିବୃଦ୍ଧି ହ୍ରାସ ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଦେଶରେ ସ୍ମାର୍ଟଫୋନ୍‌ ବିକ୍ରିରେ ହ୍ରାସ ଘଟିବା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁଯାୟୀ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଭାରତର ଇଣ୍ଟରନେଟ୍ ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ […]

ନୂଆଦିଲ୍ଲୀ: ସମ୍ପ୍ରତି ସାରା ଦୁନିଆ ଟେକ୍ନୋଲୋଜି କ୍ଷେତ୍ରରେ ବେଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ହେଲେ ଭାରତ ଏବେ ଏ କ୍ଷେତ୍ରରେ ବ୍ୟତିକ୍ରମ। ଏହା ବିଶ୍ବାସ ଲାଗୁ ନ ଥିଲେ ମଧ୍ୟ ସତ୍ୟ। ଭାରତର ଇଣ୍ଟରନେଟ୍ ଅଭିବୃଦ୍ଧି ହ୍ରାସ ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଦେଶରେ ସ୍ମାର୍ଟଫୋନ୍‌ ବିକ୍ରିରେ ହ୍ରାସ ଘଟିବା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁଯାୟୀ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଭାରତର ଇଣ୍ଟରନେଟ୍ ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ରହିଥିଲା। ୨୦୧ରୁ ୨୦୨୨ରେ ଏହା ପ୍ରାୟ ୪ ପ୍ରତିଶତକୁ ଖସି ଆସିଛି। ଭାରତରେ ଏଣ୍ଟ୍ରି ଏବଂ ମଧ୍ୟମ ସ୍ତର(ମିଡ୍‌ ଲେବଲ)ର ସ୍ମାର୍ଟଫୋନ୍ ବିକ୍ରିରେ କ୍ରମାଗତ ହ୍ରାସ ଇଣ୍ଟରନେଟ୍ ଅଭିବୃଦ୍ଧି କମିବାର ସବୁଠାରୁ ବଡ କାରଣ ସାଜିଛି।

ଅନ୍ତର୍ଜାତୀୟ ଡାଟା କର୍ପୋରେସନ୍ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୨ରେ ସ୍ମାର୍ଟଫୋନ୍ ବିକ୍ରି ୨୦୨୧ ତୁଳନାରେ ୧୦ ପ୍ରତିଶତ ହ୍ରାସ ପାଇଛି। ତେବେ ଚଳିତବର୍ଷ ଏଥିରେ ହ୍ରାସ ଘଟି ଏହା ଏକକ ଅଙ୍କ ସଂଖ୍ୟାକୁ ଖସିଆସିଛି। ଆଇଡିସି ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ବିକ୍ରି ଦୃଷ୍ଟିରୁ ଭାରତ ବର୍ତ୍ତମାନ ୨୦୧୯ ସ୍ତରକୁ ଫେରିଆସିଛି। କ୍ୟାମ୍‌ସ୍କୋର ତଥ୍ୟାନୁଯାୟୀ, ଗତବର୍ଷ ଡିସେମ୍ବରଠାରୁ ଦେଶରେ ନିୟମିତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୧ କୋଟିରେ ଅଟକି ରହିଛି। ସ୍ମାର୍ଟଫୋନ୍ ଥିବା ୬୫ କୋଟି ଭାରତୀୟଙ୍କ ମଧ୍ୟରୁ ଏହା ପ୍ରାୟ ୭୮ ପ୍ରତିଶତ। ଏହାର ଅର୍ଥ ହେଉଛି ଯେ ପ୍ରାୟ ଅଧା ଭାରତୀୟ ଜନସଂଖ୍ୟା ପାଇଁ ଇଣ୍ଟରନେଟ୍ ଉପଲବ୍ଧ। ଏଥିରେ ଏକ ଯୁକ୍ତି ହୋଇପାରେ ଯେ ଭାରତର ୧.୪୧ ବିଲିୟନ ନାଗରିକ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇପାରିବେନାହିଁ। ଯଦିବା ଆମେ ଏଥିରେ ୧୪ ବର୍ଷରୁ କମ୍ ୩୫.୨ କୋଟି ଲୋକଙ୍କୁ ହିସାବରେ ନେଇନାହେଁ ତଥାପି ୪୦.୮ କୋଟି ଲୋକଙ୍କ ପାଖରେ ବର୍ତ୍ତମାନ ସ୍ମାର୍ଟଫୋନ୍ ନାହିଁ। ବର୍ତ୍ତମାନ ଦେଶରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ସ୍ମାର୍ଟଫୋନ୍ ଇଣ୍ଟରନେଟ୍ ପ୍ରବେଶର ପ୍ରଥମ ପ୍ରବେଶ ପଥ। ସ୍ମାର୍ଟଫୋନଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ସହିତ ଭାରତରେ ଇଣ୍ଟରନେଟ୍‌ର ପ୍ରସାର ବଢ଼ିଛି। ତେବେ ୨୦୨୦ ପରଠାରୁ ଏହା ମନ୍ଥର ହୋଇଗଲା। କରୋନା ମହାମାରୀ ଏବଂ ଚିପ୍ ଅଭାବର ଅର୍ଥ ହେଉଛି ସ୍ୱଳ୍ପ ମୂଲ୍ୟର ସ୍ମାର୍ଟଫୋନ୍ ଅଧିକ ସମୟ ପର୍ଯ୍ୟନ୍ତ ବଜାରରେ ଶସ୍ତା ମୂଲ୍ୟରେ ମିଳିବ ନାହିଁ।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଅଧିକାଂଶ ଚିପ୍ କ୍ଷମତା ହାଇ-ଏଣ୍ଡ ଫୋନକୁ ସ୍ଥାନାନ୍ତରିତ ହୋଇଥିଲା, ଯାହା ଉନ୍ନତ ମାର୍ଜିନ ପ୍ରଦାନ କରିଥାଏ। ଭାରତୀୟ ବଜାରରେ ଏକ ଫିଚର ଫୋନ୍‌ର ହାରାହାରି ମୂଲ୍ୟ ୧୨୦୦ ଟଙ୍କା ରହିଛି। ଏଭଳି ସମୟରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍‌ର ମୂଲ୍ୟ ୫୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ହେବ। ଉଭୟଙ୍କ ମଧ୍ୟରେ ୪୦୦୦ ଟଙ୍କାର ପାର୍ଥକ୍ୟ ରହିଛି ଯାହାକୁ ବହୁତ ଅଧିକ। ଭାରତର ଗ୍ରାମାଞ୍ଚଳର ପ୍ରାୟ ୮.୫ କୋଟି ୟୁଜର (୩୯ ପ୍ରତିଶତ) ଭିଡିଓ ଦେଖିଥାନ୍ତି।  କିମ୍ବା ଅନ୍ୟମାନଙ୍କ ସହିତ ଅନଲାଇନ୍ କ୍ଲାସରେ ଅଂଶଗ୍ରହଣ କରିଥାନ୍ତି। ମୋଟାମୋଟି ଭାବେ ଭାରତୀୟ ବଜାରରେ ସ୍ମାର୍ଟଫୋନର ଅଂଶ ୩୬ ପ୍ରତିଶତ। ତେବେ, ନିଲସେନ୍ ରିପୋର୍ଟ ଅନୁଯାୟୀ ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟରେ ହ୍ୟାଣ୍ଡସେଟ୍ ଥିବା ଉପଭୋକ୍ତାଙ୍କ ମଧ୍ୟରେ ଏହି ହାର ୪୪%। ଏହାର ଅର୍ଥ ସ୍ୱଳ୍ପ ମୂଲ୍ୟର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଏବଂ କମ୍‌ ସ୍ବଚ୍ଛଳ ପରିବାର ମଧ୍ୟରେ ସ୍ମାର୍ଟଫୋନ୍-ସେୟାରିଂ ଅଧିକ।

About The Author: The Sakala