ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାଲେ ଲାଗିଛି। ଏହାର ବିଭିନ୍ନ ବୈଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍ ପସନ୍ଦ ଆସିଛି। ସେଥÒମଧ୍ୟରୁ ଗୋଟିଏ ହେଉଛି ‘ସେଲ୍ଫ ଡେସ୍ଟ୍ରକ୍ଟ ଟାଇମର’। ଏହାଦ୍ବାରା ବାରମ୍ବାର ମେସେଜ୍ ଡିଲିଟ୍ କରିବାକୁ ପଡ଼ିନଥାଏ।
- ସର୍ବପ୍ରଥମେ ଆପଣଙ୍କ ଫୋନରେ ଟେଲିଗ୍ରାମ ଖୋଲନ୍ତୁ।
- ଏହାପରେ ଡାହାଣର ତଳ ଭାଗରେ ଏକ ପେନ୍ସିଲ୍ ଆଇକନ୍ ଦୃଶ୍ୟମାନ ହେବ। ଏହାଉପରେ କ୍ଲିକ୍ କରନ୍ତୁ।
- ଏବେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ। ଏଥିମଧ୍ୟରୁ ଆପଣଙ୍କୁ ‘ନୂଆ ସିକ୍ରେଟ୍ ଚାଟ୍’ ଉପରେ କ୍ଲିକ୍ କରନ୍ତୁ।
- ଏହା ପରେ, ଆପଣ ଯାହାକୁ ମେସେଜ୍ ପଠାଇବାକୁ ଚାହୁଁଛନ୍ତି, ତାଙ୍କୁ ଆଡ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କ ସିକ୍ରେଟ୍ ଚାଟ୍ ଅପ୍ସନ ସକ୍ରିୟ ହୋଇଯିବ।
- ଏହାପରେ ଚାଟ୍ ବକ୍ସର ଉପର ଡାହାଣରେ ଥିବା ତିନୋଟି ଡଟ୍ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ‘ ସେଲ୍ଫ ଡେସ୍ଟ୍ରକ୍ଟ ଟାଇମର’ ଉପରେ କ୍ଲିକ୍ କରନ୍ତୁ।
- ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ସମୟ ସୀମା ସେଟ୍ କରିବାକୁ ପଡ଼ିବ। ଯେଉଁ ସମୟ ମଧ୍ୟରେ ଆପଣଙ୍କ ମେସେଜ୍ ଅଟୋ ଡିଲିଟ୍ ହୋଇଯିବ। ଏହା ୧ ସେକେଣ୍ଡରୁ ୧ ସପ୍ତାହ ପର୍ଯ୍ୟନ୍ତ ହୋଇପାରେ।