ଆସିବ ସାଟେଲାଇଟ୍ ଇଣ୍ଟରନେଟ୍‌: ଜିଓ- ଏୟାରଟେଲକୁ କଡ୍ଡା ଟକ୍କର ଦେବେ ଏଲୋନ୍ ମସ୍କ ଓ ଜେଫ ବେଜୋସ୍

ନୂଆଦିଲ୍ଲୀ: ସମୟ ଥିଲା ଯେତେବେଳେ ଭାରତରେ ଇଣ୍ଟରନେଟ୍ ବହୁତ ମହଙ୍ଗା ଥିଲା। କିନ୍ତୁ ୫ ସେପ୍ଟେମ୍ବର ୨୦୧୬ ପରେ ସବୁକିଛି ବଦଳିଗଲା। ରିଲାଏନ୍ସ ଜିଓ ବଜାରରେ ପ୍ରବେଶ କରି କମ୍ ମୂଲ୍ୟରେ ଇଣ୍ଟରନେଟ୍ ଡାଟା ବିକିବା କରିବା ଆରମ୍ଭ କଲା। ଖୁବ୍ ଶୀଘ୍ର ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ପ୍ଲାନ୍ ଟାରିଫ୍‌କୁ ହ୍ରାସ କରିବାକୁ ବାଧ୍ୟ ହେଲେ। ଖୁବ୍ କମ୍ ଟଙ୍କାର ଅଧିକ ଡାଟା ପ୍ରଦାନ କରି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପାଇଁ ବଜାରରେ ତିଷ୍ଠା […]

ନୂଆଦିଲ୍ଲୀ: ସମୟ ଥିଲା ଯେତେବେଳେ ଭାରତରେ ଇଣ୍ଟରନେଟ୍ ବହୁତ ମହଙ୍ଗା ଥିଲା। କିନ୍ତୁ ୫ ସେପ୍ଟେମ୍ବର ୨୦୧୬ ପରେ ସବୁକିଛି ବଦଳିଗଲା। ରିଲାଏନ୍ସ ଜିଓ ବଜାରରେ ପ୍ରବେଶ କରି କମ୍ ମୂଲ୍ୟରେ ଇଣ୍ଟରନେଟ୍ ଡାଟା ବିକିବା କରିବା ଆରମ୍ଭ କଲା। ଖୁବ୍ ଶୀଘ୍ର ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ପ୍ଲାନ୍ ଟାରିଫ୍‌କୁ ହ୍ରାସ କରିବାକୁ ବାଧ୍ୟ ହେଲେ। ଖୁବ୍ କମ୍ ଟଙ୍କାର ଅଧିକ ଡାଟା ପ୍ରଦାନ କରି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପାଇଁ ବଜାରରେ ତିଷ୍ଠା ରହିବାରେ ସମ୍ଭବ ହେଲା, କାରଣ କମ୍ପାନୀ ଏହାର ଟେଲିକମ୍ ସେବାରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିଥିଲା।

ରିଲାଏନ୍ସ ଜିଓର ବହୁତ ଶସ୍ତା ଡାଟା ପ୍ଲାନ୍ ହେତୁ ଅନେକ ଛୋଟ ଟେଲିକମ୍ କମ୍ପାନୀ ବନ୍ଦ ହୋଇଯାଇଥିଲା ଏବଂ କିଛି ଅନ୍ୟ କମ୍ପାନୀଙ୍କ ସହ ମିଶି ଯାଇଥିଲା। ବର୍ତ୍ତମାନ ବଜାରରେ କେବଳ ଜିଓ ଏବଂ ଏୟାରଟେଲ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି, ଭୋଡାଫୋନ୍-ଆଇଡିଆ ଖରାପ ସ୍ଥିତିରେ ପହଞ୍ଚିଛି ।

ଯଦି ଆମେ କେବଳ ଇଣ୍ଟରନେଟ୍ ଇଣ୍ଟରଟେ ବିଷୟରେ ଆଲୋଚନା କରୁଛେ ତେବେ ଇତିହାସ ଏହାର ପୁନରାବୃତ୍ତି କରିପାରିବ। ଯେଉଁଭଳି ଭାବେ ମୁକେଶ ଅମ୍ବାନୀଙ୍କ ଜିଓ ସମସ୍ତ ଟେଲିକମ୍ କମ୍ପାନୀର କାରବାର ବନ୍ଦ କରିଦେଲା ସେହିଭଳି ଭାବେ ଜିଓ ଏବଂ ଏୟାରଟେଲ ଉପରେ ଏଲୋନ୍ ମସ୍କ ଏବଂ ଜେପ୍ ବେଜୋସଙ୍କ ଭବିଷ୍ୟତର ଯୋଜନା ବିପଦର ଖଣ୍ଡା ଭଳି ଝୁଲୁଛି। ଉଭୟ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସଂଯୋଗ ଟେକ୍ନୋଲୋଜି ଭାରତରେ ଆଣିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ଉଭୟ ଶିଳ୍ପପତି ଭାରତ ସରକାରଙ୍କୁ ସମସ୍ତ ଇଣ୍ଟରନେଟ୍ ଯୋଜନା ଅଫର ମଧ୍ୟ ପଠାଇ ସାରିଛନ୍ତି। ଯେପରି ଜିଓ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଅନ୍ୟ ସମସ୍ତଙ୍କ ପକ୍ଷ କାଟଦେଇଥିଲା ବର୍ତ୍ତମାନ ମସ୍କ ଏବଂ ବେଜୋସ୍ ମଧ୍ୟ ସମାନ ଉଦ୍ଦେଶ୍ୟରେ ଏକ ନୂତନ ପ୍ରଯୁକ୍ତିବିଦ୍ୟା ଆଣୁଛନ୍ତି। ତେଣୁ ସାଟେଲାଇଟ୍‌ ଆଧାରିତ ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ ହେଲେ ଭାରତୀୟ ଟେଲିକମ୍‌ ଶିଳ୍ପ କେଉଁ ଆଡକୁ ଗତି କରୁଛନ୍ତି ତାହା ଭବିଷ୍ୟତ ହିଁ କହିବ।

About The Author: The Sakala