ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୩ ମସିହା । ଏହି ସମୟରେ ଅନେକ ଆକଳନ ମଧ୍ୟ ବାହାରକୁ ଆସିଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୪.୮ ବିଲିୟନ ଅତିକ୍ରମ କରିଛି। ଦୁନିଆର ଅଧିକାଂଶ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ୍ ବିତାଉଛନ୍ତି ବୋଲି ରିପୋର୍ଟରୁ ପ୍ରକାଶା ପାଇଛି। ଚଳିତ ବର୍ଷ ସବୁଠୁ ଡିଲିଟ ହୋଇଥିବା ସୋସିଆଲ ମିଡିଆ ଆପର ନାଁ ମଧ୍ୟ ପ୍ରକାଶ ପାଇଛି।
୨୦୨୩ରେ ଅଧିକ ଡିଲିଟ୍ ହୋଇଥିବା ଆପ୍ :
ଆମେରିକୀୟ ଟେକ୍ ଫାର୍ମ ଟିଆରଜି (TRG ) ଡାଟାସେଣ୍ଟର୍ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଚଳିତ ବର୍ଷର ସର୍ବାଧିକ ଡିଲିଟ୍ ହୋଇଥିବା ଆପ୍ ବିଷୟରେ ସୂଚନା ଦିଆଯାଇଛି। ଲଞ୍ଚ ହେବାର ୨୪ ଘଣ୍ଟା ମଧ୍ୟରେ ଥ୍ରେଡ୍ ଆପରେ ୧୦୦ ମିଲିୟନ୍ ଉପଭୋକ୍ତା ଯୋଡି ହୋଇଥିଲେ। ହେଲେ ଆସନ୍ତା ୫ ଦିନ ମଧ୍ୟରେ ଥ୍ରେଡ୍ ଆପ ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ହରାଇଛି।
ଇନଷ୍ଟାଗ୍ରାମ ହେଉଛି ସବୁଠାରୁ ଡିଲିଟ୍ ହୋଇଥିବା ଆପ୍ :
ରିପୋର୍ଟ ଅନୁଯାୟୀ, ବିଶ୍ ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାର ଉପାୟ ଖୋଜିଛନ୍ତି। ୧୦, ୨୦,୦୦୦ ରୁ ଅଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ଆପ୍ ଡିଲିଟ୍ କରିଥିବା ଜଣାପଡ଼ିଛି।
ଅଧିକାଂଶ ଡିଲିଟ୍ ହୋଇଥିବା ଆପ୍ ତାଲିକାରେ ଦ୍ୱିତୀୟରେ ସ୍ନାପଚାଟ ରହିଛି। ଏହି ଆପକୁ ୧ ଲକ୍ଷ ୨୮ ହଜାର ୫୦ ଲୋକଙ୍କ ଦ୍ୱାରା ଡିଲିଟ୍ ହୋଇଛି। ଏହା ପରେ X (ଟ୍ୱିଟର), ଟେଲିଗ୍ରାମ, ଫେସବୁକ୍, ଟିକଟକ୍, ୟୁଟ୍ୟୁବ୍, ହ୍ବାଟସଆପ୍ ଏବଂ ୱିଚାଟ୍ ର ନାମ ଅଛି। ୪୯ ହଜାର ଲୋକ ଫେସବୁକ୍ ଆପ୍ ଡିଲିଟ୍ କରିଥିବା ବେଳେ ହ୍ବାଟସଆପ୍ ଡିଲିଟ୍ କରିଥିବା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୪,୯୫୦ ରହିଛି।