ବର୍ତ୍ତମାନ ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା। ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟ୍ରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିନେଇଯିେବ। ସେଥିପାଇଁ ହ୍ୟାକରମାନେ ବିଭିନ୍ନ ପ୍ରକାରର ସଫ୍ଟୱେର ମାଧ୍ୟମରେ ସ୍ମାର୍ଟ ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି। ଇ-ମେଲଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ବିବରଣୀ ପର୍ଯ୍ୟନ୍ତ, ଆଜି ଆପଣଙ୍କର ସମସ୍ତ ସୂଚନା ଫୋନରେ ସେଭ୍ ହୋଇଛି। ହ୍ୟାକରମାନେ ମଧ୍ୟ ଆପଣଙ୍କର ପର୍ସନାଲ ଓ ପ୍ରାଇଭେଟ୍ ଫଟୋ ଉପରେ ନଜର ରଖନ୍ତି। ଏପରି ପରିସ୍ଥିତିରେ ସାମାନ୍ୟ ଭୁଲ ମଧ୍ୟ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ। ହ୍ୟାକ୍ ହୋଇଥିବା ଫୋନ୍କୁ ସହଜରେ ଠିକ କରିପାରିବେ। କମ୍ପ୍ୟୁଟର ହ୍ୟାକିଂ ଅପେକ୍ଷା ଫୋନ୍ ହ୍ୟାକିଂ ବହୁତ ସହଜ। ମାଗଣା ୱାଇଫାଇ କନେକ୍ସନ୍ ବ୍ୟବହାର କରି ହ୍ୟାକରମାନେ ଆପଣଙ୍କ ଫୋନକୁ ହ୍ୟାକ୍ କରିପାରିବେ। ଡିଜିଟାଲ୍ କୋଡିଂ ମାଧ୍ୟମରେ ହ୍ୟାକରମାନେ ଫୋନ୍ ହ୍ୟାକ୍ କରିପାରିବେ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ହ୍ୟାକ୍ ହୋଇପାରେ।
ଫୋନ୍ ହ୍ୟାକ୍ ହୋଇଛି ବୋଲି କେମିତି ଜାଣିବେ?
ଯଦି ଆପଣଙ୍କ ଫୋନର ବ୍ୟାଟେରୀ ବ୍ୟାକଅପ୍ କମ୍ ହୋଇଛି, କିମ୍ବା ଫୋନର ସ୍ପିଡ୍ ସ୍ଲୋ ହୋଇଯାଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ। ଏହାବ୍ୟତୀତ ଅନେକ ଥର ଆପଣଙ୍କ ଫୋନରେ ମାଲୱେର, ନକଲି ଆପ୍ ମଧ୍ୟ ସାମ୍ନାକୁ ଆସିଥାଏ। ଅନେକ ଥର ଆପଣଙ୍କ ଫୋନରେ ଅନେକ ଆପ୍ ସ୍ୱୟଂଚାଳିତ ଭାବରେ ଖୋଲିବା ଆରମ୍ଭ କରେ କିମ୍ବା ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରେ। ଯଦି ଏହି ସମସ୍ୟାଗୁଡିକ ଆପଣଙ୍କ ଫୋନରେ ହେଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ।
ହ୍ୟାକ୍ ହୋଇଥିବା ଫୋନ୍ କିପରି ଠିକ୍ କରାଯିବ ?
ଯଦି ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି, ତେବେ ସର୍ବପ୍ରଥମେ ଆପଣଙ୍କ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଆପ୍ସରେ ଟ୍ୟାପ୍ କରନ୍ତୁ। ଏହାପରେ ଆପ୍ସ ମ୍ୟାନେଜ୍ ଉପରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣ ସମସ୍ତ ଆପ୍ସର ଏକ ତାଲିକା ପାଇବେ। । ଯଦି ଆପଣ ଏପରି କିଛି ଆପ୍ ଦେଖନ୍ତି, ଯାହା ପୂର୍ବରୁ କେବେ ଦେଖିନାହାଁନ୍ତି ଏବଂ ଏହା ଆପଣଙ୍କ ଫୋନ୍ ସିଷ୍ଟମର ଅଂଶ ନୁହେଁ, ତେବେ ଏହାର ଅର୍ଥ ହେଉଛି ଏହା ଏକ ସ୍ପାଏ ଆପ୍ସ। ସେଥିପାଇଁ ଏହାକୁ ଅନ୍ଇନ୍ଷ୍ଟଲ୍ କରନ୍ତୁ। ଏହାବ୍ୟତୀତ ଆପଣ ନିଜ ଫୋନ୍ର ସେଟିଂକୁ ଯାଆନ୍ତୁ ଏବଂ ଗୁଗୁଲରେ ଟ୍ୟାପ୍ କରନ୍ତୁ। ଏହା ପରେ ସିକ୍ୟୁରିଟି ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ ପ୍ଲେ ପ୍ରୋଟେକ୍ଟରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣ ସମସ୍ତ ସ୍ପାଏଆପ୍ସର ତାଲିକା ପାଇବେ। ସେଗୁଡିକୁ ଗୋଟିଏ ପରେ ଗୋଟିଏ ଅନ୍ଇନ୍ଷ୍ଟଲ୍କରିବାକୁ ପଡିବ। କିନ୍ତୁ ଯଦି ଆପଣଙ୍କୁ ‘ନୋ ପ୍ରୋବ୍ଲେମ୍ସ ଫାଉଣ୍ଡ୍’ ଲେଖା ମିଳେ, ତେବେ ଏହାର ଅର୍ଥ ହେଉଛି ସମସ୍ତ ଆପ୍ ସୁରକ୍ଷିତ ଅଛି।