ହ୍ବାଟସଆପ୍‌ ରେ କିପରି ୨୫୬ ଜଣଙ୍କୁ ପଠାଇ ପାରିବେ ମେସେଜ୍‌

ଇନ୍‌ଷ୍ଟାଣ୍ଟ ମେସେଜ୍‌ ପଠାଇବା ପାଇଁ ହ୍ବାଟସଆପ୍‌ ହେଉଛି ଏକ ଉତ୍ତମ ବିକଳ୍ପ। କିନ୍ତୁ ଯେତେବେଳେ ବହୁ ସଂଖ୍ୟକ ଲୋକଙ୍କୁ ମେସେଜ୍‌ ପଠାଇବାକୁ ପଡ଼େ ସେତେବେଳେ ଗ୍ରୁପ୍‌ କରିବାକୁ ପଡ଼ିଥାଏ। ଏବେ କିନ୍ତୁ ଗ୍ରୁପ୍‌ ବିନା ଆପଣ ୨୫୬ଜଣଙ୍କୁ ମେସେଜ୍‌ ପଠାଇପାରିବେ। ହ୍ବାଟସଆପ୍‌ରେ ‘ବ୍ରଡ୍‌କାଷ୍ଟ ଲିଷ୍ଟ’ ନାମକ ଫିଚର ରହିଛି। ଯାହା ମାଧ୍ୟମରେ ଗୋଟିଏ କ୍ଲିକ୍‌ରେ ସମସ୍ତ ଲୋକଙ୍କ ପାଖରେ ମେସେଜ୍‌ ପହଞ୍ଚିଯିବ। ଆପଣ ସେହି ଲୋକଙ୍କୁ ଲିଷ୍ଟରେ ଆଡ୍‌ କରିପାରିବେ, ଯାହାଙ୍କ ନମ୍ବର ଆପଣଙ୍କ ମୋବାଇଲ ଫୋନ୍‌ରେ […]

ଇନ୍‌ଷ୍ଟାଣ୍ଟ ମେସେଜ୍‌ ପଠାଇବା ପାଇଁ ହ୍ବାଟସଆପ୍‌ ହେଉଛି ଏକ ଉତ୍ତମ ବିକଳ୍ପ। କିନ୍ତୁ ଯେତେବେଳେ ବହୁ ସଂଖ୍ୟକ ଲୋକଙ୍କୁ ମେସେଜ୍‌ ପଠାଇବାକୁ ପଡ଼େ ସେତେବେଳେ ଗ୍ରୁପ୍‌ କରିବାକୁ ପଡ଼ିଥାଏ। ଏବେ କିନ୍ତୁ ଗ୍ରୁପ୍‌ ବିନା ଆପଣ ୨୫୬ଜଣଙ୍କୁ ମେସେଜ୍‌ ପଠାଇପାରିବେ। ହ୍ବାଟସଆପ୍‌ରେ ‘ବ୍ରଡ୍‌କାଷ୍ଟ ଲିଷ୍ଟ’ ନାମକ ଫିଚର ରହିଛି। ଯାହା ମାଧ୍ୟମରେ ଗୋଟିଏ କ୍ଲିକ୍‌ରେ ସମସ୍ତ ଲୋକଙ୍କ ପାଖରେ ମେସେଜ୍‌ ପହଞ୍ଚିଯିବ। ଆପଣ ସେହି ଲୋକଙ୍କୁ ଲିଷ୍ଟରେ ଆଡ୍‌ କରିପାରିବେ, ଯାହାଙ୍କ ନମ୍ବର ଆପଣଙ୍କ ମୋବାଇଲ ଫୋନ୍‌ରେ ସେଭ୍‌ ଥିବ।

  • ପ୍ରଥମେ ହ୍ବାଟସଆପ୍‌ ଓପନ କରନ୍ତୁ ଏବଂ ଉପରେ ଥିବା ୩ ଡଟ୍‌ସ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କ ନ୍ୟୁ ବ୍ରଡ୍‌କାଷ୍ଟ ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ।
  • କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ସାମ୍ନାରେ କନଟାକ୍ଟ ଲିଷ୍ଟ ଆସିଯିବ। ଏହାପରେ ଆପଣ ଯେଉଁମାନଙ୍କ ପାଖକୁ ମେସେଜ୍‌ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଆଡ୍‌ କରନ୍ତୁ।
  • ସିଲେକ୍ଟ କରିବା ପରେ ତଳେ ସବୁଜ ଟିକ୍‌ ଦେଖାଯିବ। ଏହା ଉପରେ କ୍ଲିକ୍‌ କଲେ ଲିଷ୍ଟ୍‌ ପ୍ରସ୍ତୁତ ହୋଇଯିବ।
  • ଏହାପରେ ବ୍ରଡ୍‌କାଷ୍ଟ୍‌ ଲିଷ୍ଟକୁ ଓପନ କରି ଆପଣ ମେସେଜ୍‌ କରିପାରିବେ।
  • About The Author: The Sakala