ମେସେଞ୍ଜରରେ ଯୋଡିହେଲା ‘କଲ୍‌ସ ଟ୍ୟାବ’

ଦୈନନ୍ଦିନ ଜୀବନରେ ସମ୍ପର୍କୀୟଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରାଯାଉଛି। ଏଥିମଧ୍ୟରେ ରହିଛି ହ୍ବାଟସ୍‌ଅପ୍‌, ମେସେଞ୍ଜର ଇତ୍ୟାଦି। ବର୍ତ୍ତମାନ ଏହି ପ୍ଲାଟ୍‌ଫର୍ମ ଜରିଆରେ ଅଧିକ ଲୋକଙ୍କୁ ଯୋଡ଼ିବାକୁ ମେସେଞ୍ଜର ଆପ୍‌ ନୂଆ ‘କଲ୍‌ସ’ ଟ୍ୟାବ୍‌ ସଂଯୋଗ କରିଛି। ସୂଚନାଯୋଗ୍ୟ ଯେ ଏହି ଫିଚର ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ପ୍ରଦାନ କରିବ। ନୂତନ ଟ୍ୟାବ୍‌ ଆପ୍‌ ତଳେ ‘ଚାର୍ଟ, ‘ଷ୍ଟୋରୀ’ ଏବଂ ‘ପିପୁଲ୍‌’ ରଖାଯିବ। ଏହାଦ୍ବାରା ବ୍ୟବହାରକାରୀଙ୍କୁ ଯେକୌଣସି କଣ୍ଟେଣ୍ଟ […]

ଦୈନନ୍ଦିନ ଜୀବନରେ ସମ୍ପର୍କୀୟଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରାଯାଉଛି। ଏଥିମଧ୍ୟରେ ରହିଛି ହ୍ବାଟସ୍‌ଅପ୍‌, ମେସେଞ୍ଜର ଇତ୍ୟାଦି। ବର୍ତ୍ତମାନ ଏହି ପ୍ଲାଟ୍‌ଫର୍ମ ଜରିଆରେ ଅଧିକ ଲୋକଙ୍କୁ ଯୋଡ଼ିବାକୁ ମେସେଞ୍ଜର ଆପ୍‌ ନୂଆ ‘କଲ୍‌ସ’ ଟ୍ୟାବ୍‌ ସଂଯୋଗ କରିଛି। ସୂଚନାଯୋଗ୍ୟ ଯେ ଏହି ଫିଚର ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ପ୍ରଦାନ କରିବ। ନୂତନ ଟ୍ୟାବ୍‌ ଆପ୍‌ ତଳେ ‘ଚାର୍ଟ, ‘ଷ୍ଟୋରୀ’ ଏବଂ ‘ପିପୁଲ୍‌’ ରଖାଯିବ। ଏହାଦ୍ବାରା ବ୍ୟବହାରକାରୀଙ୍କୁ ଯେକୌଣସି କଣ୍ଟେଣ୍ଟ ସହିତ ଯୋଡ଼ି ହେବାକୁ ସହଜ ହେବ। ପୂର୍ବରୁ ଏହି ପ୍ରୋସେସର ଏତେଟା ସହଜ ନଥିବାରୁ ବ୍ୟବହାରକାରୀଙ୍କୁ କଲ୍‌ କରିବା ପାଇଁ କଣ୍ଟେଣ୍ଟ ଚାର୍ଟରେ ଯିବାକୁ ହେଉଥିଲା।

ତେଣୁ ବର୍ତ୍ତମାନ କଲ୍‌ ଟ୍ୟାବ୍‌ ଆସିବା ପରେ ପରେ ବ୍ୟବହାରକାରୀଙ୍କ ଲାଗି ଏହା ବହୁତ ସହଜ ହୋଇଯିବ। ମେଟା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟସଆପ୍‌ରେ ଟ୍ୟାକ୍ସ ମେସେଜ ଲାଗି ଏଡିଟ୍‌ ବଟନ୍‌କୁ ନେଇ ପରୀକ୍ଷଣ କରୁଛନ୍ତି। ଏଥିରେ ଅନ୍ୟଙ୍କୁ ପଠାଯାଇଥିବା ମେସେଜରେ ମଧ୍ୟ ଏଡିଟିଂ ହୋଇପାରିବ। ହ୍ବାଟସ୍‌ଅପ୍‌ ମେସେଜ୍‌ ପ୍ରତିକ୍ରିୟା ପରେ ପରେ ବର୍ତ୍ତମାନ ଟ୍ୟାକ୍ସ ମେସେଜର ଏଡିଡ୍‌ କରିବା ଫିଚର ମିଳିପାରୁଛି। ଏହାଦ୍ବାରା ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଖକୁ ପଠାଇଥିବା ମେସେଜ୍‌ରୁ ପୁଣି ଥରେ ନିଜ ଭୁଲ୍‌ ସୁଧାରିବାର ସୁଯୋଗ ପାଇପାରିବେ। ତେବେ ଏହି ଫିଚର ଆସିବାକୁ ଆହୁରି ସମୟ ଲାଗିବ।

About The Author: The Sakala