ଯେଉଁ କମ୍ପାନୀରୁ ଚୋରି କଲେ ସେହି କମ୍ପାନୀରେ ମିଳିଲା ଚାକିିରି

ଜଣେ ହ୍ଯାକର ଯେଉଁ କମ୍ପାନୀରୁ ଚୋରି କଲେ ତାଙ୍କୁ ସେହି କମ୍ପାନୀରେ ନିଯୁକ୍ତି ମିଳିଛି। ଏହା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ସତ ଅଟେ। ଗତ ସପ୍ତାହରେ କ୍ରିପ୍ଟୋକରେନ୍ସି ଇତିହାସରେ ସବୁଠାରୁ ବଡ ଚୋରି ହୋଇଥିଲା । ଯେଉଁଥିରେ ହ୍ୟାକର୍ସମାନେ ୪ ହଜାର ୫୦୦ କୋଟିରୁ ଅଧିକ କ୍ରିପ୍ଟୋକରେନ୍ସି ଚୋରି କରିଥିଲେ।  କ୍ରିପ୍ଟୋକରେନ୍ସି  ପାଇଁ ଜଣାଶୁଣା କମ୍ପାନୀ ପଲି ନେଟୱାର୍କ(Poly Network)ରୁ ଏହି ଚୋରି ହୋଇଥିଲା । #PolyNetwork has no intention of holding #mrwhitehat legally […]

ଜଣେ ହ୍ଯାକର ଯେଉଁ କମ୍ପାନୀରୁ ଚୋରି କଲେ ତାଙ୍କୁ ସେହି କମ୍ପାନୀରେ ନିଯୁକ୍ତି ମିଳିଛି। ଏହା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ସତ ଅଟେ। ଗତ ସପ୍ତାହରେ କ୍ରିପ୍ଟୋକରେନ୍ସି ଇତିହାସରେ ସବୁଠାରୁ ବଡ ଚୋରି ହୋଇଥିଲା । ଯେଉଁଥିରେ ହ୍ୟାକର୍ସମାନେ ୪ ହଜାର ୫୦୦ କୋଟିରୁ ଅଧିକ କ୍ରିପ୍ଟୋକରେନ୍ସି ଚୋରି କରିଥିଲେ।  କ୍ରିପ୍ଟୋକରେନ୍ସି  ପାଇଁ ଜଣାଶୁଣା କମ୍ପାନୀ ପଲି ନେଟୱାର୍କ(Poly Network)ରୁ ଏହି ଚୋରି ହୋଇଥିଲା ।


ବର୍ତ୍ତମାନ ପଲି ନେଟୱାର୍କ ସେହି ହ୍ୟାକରକୁ ନିଜ କମ୍ପାନୀରେ ନିଯୁକ୍ତି ଦେଇଛି । ହ୍ଯାକରଙ୍କ ଉପରେ ଖୁସି ହୋଇ ଏହି ଚାକିରି ଦିଆଯାଇଛି। ହ୍ୟାକରଙ୍କ ନାମ ମିଷ୍ଟର ହ୍ବାଇଟ ବୋଲି କୁହାଯାଉଛି । ଏହା ତାଙ୍କର ପ୍ରକୃତ ନାମ କି ନୁହେଁ ଏପର୍ଯ୍ୟନ୍ତ ରହସ୍ୟମୟ ରହିଛି। ପଲି ନେଟୱାର୍କ ଉକ୍ତ ହ୍ୟାକରକୁ ଏଥିକାଲ ହ୍ୟାକର୍ ଭାବରେ ସମ୍ବୋଧିତ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଏମାର ଦୁର୍ବଳତା ବିଷୟରେ ସୂଚନା ଦେଇଛି । ଏଥିପାଇଁ କମ୍ପାନୀ ଖୁସି ହୋଇ ଉକ୍ତ ହ୍ଯାକରଙ୍କୁ ମୁଖ୍ୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଛି।

ହ୍ୟାକର ଗୋଟିଏ ଦିନ ପରେ ୪,୫୦୦ ମିଲିୟନରୁ ଅଧିକ ଚୋରି ହୋଇଥିବା କ୍ରିପ୍ଟୋକରେନ୍ସି ମଧ୍ୟରୁ ପ୍ରାୟ ୧୯୩୦ ନିୟୁତ କ୍ରିପ୍ଟୋକ୍ୟୁରେନ୍ସି ଫେରସ୍ତ କରିଛି। ପଲି ନେଟୱାର୍କ କହିବା ଅନୁଯାୟୀ, ୨.୬୯ କୋଟି ଡଲାରର ଇଥିରିୟମ ଓ ୮.୪ କୋଟିର ପଲିଗ୍ରାମ କ୍ରିପ୍ଟୋକରେନ୍ସି  ଏ ପର୍ଯ୍ଯନ୍ତ ଫେରସ୍ତ କରାଯାଇ ନାହିଁ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, କମ୍ପାନୀର ସମସ୍ତ କ୍ରିପ୍ଟୋକରେନ୍ସି ଏପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ । ହ୍ୟାକରମାନଙ୍କ ପାଖରେ ୨୩୫ ନିୟୁତ ଡଲାର ମୂଲ୍ୟର କ୍ରିପ୍ଟୋକରେନ୍ସି ଅଛି ।  ଏହି ହ୍ୟାକିଂ ପାଇଁ ମିଷ୍ଟର ହ୍ବାଇଟ ହେଟକୁ ଆଇନଗତ ଭାବେ ଦାୟୀ କରି ନାହିଁ କମ୍ପାନୀ। ମିଷ୍ଟର ହ୍ବାଇଟ ଉପଭୋକ୍ତାଙ୍କ ଟଙ୍କା ଫେରସ୍ତ କରିବ ବୋଲି କମ୍ପାନୀ  ଆଶା ରଖିଛି।

About The Author: The Sakala