୫ଜି ଟେକ୍ନୋଲୋଜି

୫ଜି ନେଟୱାର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଏକ ନିଆରା ଓ ନୂତନ ଅନୁଭବ ସହ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ଏବେକାର ହାଇସ୍ପିଡ୍‌ ଇଣ୍ଟରନେଟ୍ ସେବାଠାରୁ ଏହା ଅଧିକ ସକ୍ରିୟ ହେବ। ଏହା ହେଉଛି ମୋବାଇଲ୍ ନେଟୱାର୍କର ପଞ୍ଚମ ଜେନେରେସନ। ୫-ଜିର ଅନେକଗୁଡ଼ିଏ ଫାଇଦା ଅଛି… ୫ଜି ନେଟ୍‌ୱାର୍କରେ ଅଲ୍ଟ୍ରା ଏଚ୍‌ଡି ଭିଡିଓ କଲିଂ କରାଯାଇପାରିବ। ଏହି ସମୟରେ ଉପଭୋକ୍ତା କ୍ରିଷ୍ଟାଲ କ୍ଲିୟର ଭିଡ଼ିଓ କଲିଂର ମଜା ଉଠାଇପାରିବେ। ସମ୍ପ୍ରତି ଚାଲୁଥିବା […]

୫ଜି ନେଟୱାର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଏକ ନିଆରା ଓ ନୂତନ ଅନୁଭବ ସହ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ଏବେକାର ହାଇସ୍ପିଡ୍‌ ଇଣ୍ଟରନେଟ୍ ସେବାଠାରୁ ଏହା ଅଧିକ ସକ୍ରିୟ ହେବ। ଏହା ହେଉଛି ମୋବାଇଲ୍ ନେଟୱାର୍କର ପଞ୍ଚମ ଜେନେରେସନ। ୫-ଜିର ଅନେକଗୁଡ଼ିଏ ଫାଇଦା ଅଛି…

୫ଜି ନେଟ୍‌ୱାର୍କରେ ଅଲ୍ଟ୍ରା ଏଚ୍‌ଡି ଭିଡିଓ କଲିଂ କରାଯାଇପାରିବ। ଏହି ସମୟରେ ଉପଭୋକ୍ତା କ୍ରିଷ୍ଟାଲ କ୍ଲିୟର ଭିଡ଼ିଓ କଲିଂର ମଜା ଉଠାଇପାରିବେ।

ସମ୍ପ୍ରତି ଚାଲୁଥିବା ୪ଜି ନେଟ୍‌ୱାର୍କଠାରୁ ଏହା ଅଧିକ ସ୍ପିଡ୍ ହବେ। ୫ଜି ନେଟୱର୍କ ଆସିବା ପରେ ୟୁଟ୍ୟୁବ୍ ବା ଅନ୍ୟ କୌଣସି ଭିଡିଓ ମାତ୍ର କିଛି ସେକେଣ୍ଡରେ ଅପଲୋଡ୍ ହୋଇଯିବ। ଏଥରେ ଆଖିପିଛୁଳାକେ ଭିଡିଓ ଡାଉନଲୋଡ୍‌ ହେବ।
ଅନଲାଇନ୍ ଗେମ୍‌ ଖେଳୁଥିବା ୟୁଜର୍ସଙ୍କ ପାଇଁ ୫ଜି ନେଟୱାର୍କ ଲାଭଦାୟକ ହେବ । ୫ଜି ନେଟୱାର୍କରେ ଆପଣ ହାଇ-ଡେଫିନେସନ୍‌ ଗେମ୍‌ସ୍‌ ଖେଳିପାରିବେ।

୫ଜି ଦ୍ବାରା ସେନ୍ସର ଯୋଗୁଁ ରାସ୍ତାରେ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ମଧ୍ୟ ରୋକାଯାଇ ପାରିବ । ୫ଜି ସାହାଯ୍ୟରେ ଗାଡିରେ ଥିବା ସେନ୍ସର କାମ କରିବ ଏବଂ ଏହା ଗାଡି ଚାଳକଙ୍କୁ ବିପଦ ବିଷୟରେ ସତର୍କ କରାଇବ। କେବଳ ଚାଳକଙ୍କୁ ଏହା ଯେ ସତର୍କ କରାଇବା ତା’ନୁହେଁ, ଏହା ମଧ୍ୟ ଅଟୋମେଟିକ୍‌ ବ୍ରେକ୍‌ ମଧ୍ୟ ଲଗାଇବ। ଏଥିଯୋଗୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ହେବ।

କୃଷକମାନେ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏବଂ ସମାଜର ସ୍ତମ୍ଭ ଅଟନ୍ତି। ୫ଜି ହେତୁ କୃଷିକୁ ମଧ୍ୟ ଡିଜିଟାଲାଇଜ୍‌ଡ୍‌ କରିହେବ। ଡ୍ରୋନ୍ ସାହାଯ୍ୟରେ ୫-ଜି ଟେକ୍ନୋଲୋଜି ଦ୍ବାରା ଚାଷ ହୋଇଥିବା ଜମିକୁ ସଠିକ୍ ଭାବରେ ଯାଞ୍ଚ କରି ହେବ ଏବଂ କୃଷକମାନେ ଏଥିରୁ ବହୁ ଉପକୃତ ହୋଇପାରିବେ।

୫ଜି ଟେକ୍ନୋଲୋଜିର ପ୍ରବର୍ତ୍ତନ ପରେ ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିବ। ମେଡିକାଲ୍ ଉପକରଣକୁ ସଂଯୋଗ କରି ଘରେ ବସି କୌଣସି ବ୍ୟକ୍ତିର ଡିଜିଟାଲ୍ ପରୀକ୍ଷା ମଧ୍ୟ କରାଯାଇପାରିବ। ଏକ୍ସ୍‌-ରେ କରିବା ପାଇଁ ଆପଣଙ୍କୁ ଡାକ୍ତରଖାନା ଯିବାକୁ ମଧ୍ୟ ପଡିବ ନାହିଁ।

About The Author: The Sakala