ତ୍ରିନିଦାଦ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ୍କୁ କବ୍ଜା କରିବା ପରେ ଆଜି ଠାରୁ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ବ୍ରାଏନ ଲାରା ଷ୍ଟାଡିୟମ୍ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍ରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୧୪୯ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୫୦ ରନର ଆବଶ୍ୟକତା ରହିଛି।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ୍ ୧୯ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ କାଇଲ୍ ମାୟର୍ସ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ । ଜନସନ ଚାର୍ଲ୍ସ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ନିକୋଲାସ୍ ପୁରନ୍ ୩୪ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋଭମାନ ପାୱେଲ ଓ ଶିମ୍ରନ୍ ହେଟମାୟର ସମ୍ଭାଳିଥିଲେ। ଶିମ୍ରନ୍ ହେଟମାୟର ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପାୱେଲଙ୍କ ସାଥ ଦେବା ପାଇଁ ରୋମାରିଓ ଶେଫର୍ଡ ଆସିଥିଲେ। ରୋଭମାନ ପାୱେଲ ୩୨ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ପରେ ଜେସନ ହୋଲ୍ଡର ବ୍ୟାଟିଂ କରିବାକୁ ଆସିଥିଲେ। ଜେସନ ହୋଲ୍ଡର ୫ ବଲରେ ୬ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।