ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ୍‍ ପଦରୁ ଜାଫରଙ୍କ ଇସ୍ତଫା; ଶ୍ରୀକାନ୍ତ ଓଡ଼ିଶାର ନୂଆ କୋଚ୍‍

ଭୁବନେଶ୍ୱର: ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ୱାସିମ୍‍ ଜାଫର ଶନିବାର ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ୍‍ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦ ବଜାୟ ରଖିବା ପାଇଁ ତାଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲା। ଶେଷରେ ତାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଗ୍ରହଣ କରିଛି। ସେ ଦୁଇବର୍ଷ ପାଇଁ ଚୁକ୍ତି କରିଥିଲେ। ନିକଟରେ ୧୯ ବର୍ଷରୁ କମ୍‍ ବାଂଲାଦେଶ ଦଳର କୋଚ୍‍ ପ୍ରସ୍ତାବକୁ ସେ ଗ୍ରହଣ କରିଥିବାରୁ ଇସ୍ତଫା ଦେଇଛନ୍ତି ବୋଲି […]

ଭୁବନେଶ୍ୱର: ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର ୱାସିମ୍‍ ଜାଫର ଶନିବାର ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ୍‍ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦ ବଜାୟ ରଖିବା ପାଇଁ ତାଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲା। ଶେଷରେ ତାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଗ୍ରହଣ କରିଛି। ସେ ଦୁଇବର୍ଷ ପାଇଁ ଚୁକ୍ତି କରିଥିଲେ। ନିକଟରେ ୧୯ ବର୍ଷରୁ କମ୍‍ ବାଂଲାଦେଶ ଦଳର କୋଚ୍‍ ପ୍ରସ୍ତାବକୁ ସେ ଗ୍ରହଣ କରିଥିବାରୁ ଇସ୍ତଫା ଦେଇଛନ୍ତି ବୋଲି ଓସିଏ ତରଫରୁ କୁହାଯାଇଛି।

ଅନ୍ୟପଟେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଆର. ଶ୍ରୀକାନ୍ତଙ୍କୁ ଆଗାମୀ ୨୦୨୨-୨୩ ସିଜନ ପାଇଁ ଓଡ଼ିଶା ସିନିଅର ପୁରୁଷ ଦଳର ମୁଖ୍ୟ କୋଚ୍‍ ଭାବେ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛି। ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଲେଭଲ-୩ ସାର୍ଟିଫାଏଡ୍‍ କୋଚ୍‍ ଭାବେ ମାନ୍ୟତା ପାଇଛନ୍ତି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ପଦାଧିକାରୀମାନେ ଶ୍ରୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

About The Author: The Sakala