ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଟି-୨୦ ବିଶ୍ଵ କପ୍ରେ ଆଉ ଏକ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ଟି-୨୦ ବିଶ୍ଵ କପ୍ରେ ବିରାଟ କୋହଲି ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି।ବୁଧବାର ବାଂଲାଦେଶ ବିରୋଧରେ କୋହଲି ୬୪ ରନ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । କୋହଲି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୨୫ଟି ମ୍ୟାଚରୁ ୧୦୬୫ ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ତାଙ୍କୁ ବିଶ୍ୱରେକର୍ଡର ଲକ୍ଷ୍ୟ ହାସଲ ପାଇଁ ୧୬ ରନର ଆବଶ୍ୟକତା ରହିଥିଲା । ତେବେ ସେ ଏହାକୁ ଅତିକ୍ରମ କରି ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି।
ସେ ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମାହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ପୁରୁଷ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ କରିବାର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ଖେଳାଳୀ ମାହେଲା ଜୟବର୍ଦ୍ଧନେଙ୍କ ନାମରେ ରହିଥିଲା । ସେ ୩୧ଟି ମ୍ୟାଚ ଖେଳି ୧୦୧୬ ରନସଂଗ୍ରହ କରିଥିଲେ ।
ଆଜିର ୬୪ ରନକୁ ମିଶାଇ ବିରାଟ କୋହଲିଙ୍କ ନାମରେ ଟି-୨୦ ବିଶ୍ଵ କପ୍ରେ ୧୦୬୫ରୁ ଅଧିକ ରନ ହୋଇଛି।ବିରାଟଙ୍କ ଟି-୨୦ ବିଶ୍ୱକପରେ ୨୫ ମ୍ୟାଚରୁ ୮୮.୭୫ ଆଭରେଜରେ ୧୦୬୫ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍ ରହିଛି ୧୩୨.୪୬ । ବିଶ୍ୱକପରେ ତାଙ୍କର ସର୍ବାଧକ ରନ୍ ହେଉଛି ୮୯। ବିରାଟ କୋହଲି ଚଳିତ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଜାରିରଖିଛନ୍ତି । ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୮୨ ରନ ସଂଗ୍ରହ କରିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୬୨ ରନ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ ୧୨ ରନ କରିପାରିଥିଲେ । ତେବେ ବାଂଲାଦେଶ ବିରୋଧରେ ମଧ୍ୟ ତାଙ୍କ ବ୍ୟାଟର ଜାଦୁ ଚାଲିଥିଲା । ୪୪ ବଲରୁ ସେ ୬୪ ରନର ଇନିଂସ ଖେଳିଥିଲେ । ଏଥିରେ ସେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।
ଟି -20 ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର
- 1. ବିରାଟ କୋହଲି (ଭାରତ) – ୧୦୬୫ ରନ୍
- 2. ମାହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା) – ୧୦୧୬ ରନ୍
- 3. କ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍) – ୯୬୫ ରନ୍
ଟି -20 କ୍ରିକେଟ୍ ରେ ଅଧିକ ରନ୍
- କ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍) – ୪୬୩ ମ୍ୟାଚ୍ ରେ ୧୪୫୬୨ ରନ୍
- କିରନ୍ ପୋଲାର୍ଡ (ୱେଷ୍ଟଇଣ୍ଡିଜ୍) – ୬୧୪ ମ୍ୟାଚ୍ ରେ ୧୧୯୧୫ ରନ୍
- ଶୋଏବ ମଲିକ (ପାକିସ୍ଥାନ) -୪୮୧ ଟି ମ୍ୟାଚରେ ୧୧୯୦୨ ରନ୍ କରିଛନ୍ତି
- ବିରାଟ କୋହଲି (ଭାରତ) – ୩୫୮ ମ୍ୟାଚ୍ ରେ ୧୧୨୫୦ ରନ୍