ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଏକ ବଡ଼ ଘୋଷଣା କରିଛନ୍ତି କିଙ୍ଗ କୋହଲି। ଭାରତୀୟ କ୍ରିକେଟ୍‌କୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଝଟ୍‌କା ଲାଗିଛି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଛନ୍ତି। […]

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଏକ ବଡ଼ ଘୋଷଣା କରିଛନ୍ତି କିଙ୍ଗ କୋହଲି। ଭାରତୀୟ କ୍ରିକେଟ୍‌କୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଝଟ୍‌କା ଲାଗିଛି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଛନ୍ତି।

ଆସନ୍ତା ମାସରେ ଭରାତୀୟ କ୍ରିକେଟ୍‌ ଦଳ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ। ଏହି ସିରିଜ ଜରିଆରେ ୨୦୨୫/୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ସଂସ୍କରଣ ଆରମ୍ଭ ହେବ। କୋହଲି ବର୍ତ୍ତମାନ ଟେଷ୍ଟ ଦଳର ସବୁଠୁ ସିନିୟର ଖେଳାଳି। ତେଣୁ ଇଂଲଣ୍ଡ ଗସ୍ତରେ ଦଳ ତାଙ୍କ ଅଭିଜ୍ଞତା ଆବଶ୍ୟକ କରିଥାନ୍ତା। ହେଲେ ଇଲଂଣ୍ଡ ସିରିଜ ପୂର୍ବରୁ ସେ ସନ୍ନ୍ୟାସ ନେଇଛନ୍ତି।

ଇନଷ୍ଟାଗ୍ରାମ ପୋଷ୍ଟରେ କୋହଲି ଲେଖିଛନ୍ତି,”୨୬୯ ସାଇନିଂ ଅଫ୍। ୨୬୯ ତାଙ୍କର ଟେଷ୍ଟ କ୍ୟାପ୍ ନମ୍ବର। ଟେଷ୍ଟ କ୍ରିକେଟରେ ପ୍ରଥମ ଥର ବ୍ୟାଗୀ ବ୍ଲୁ କ୍ୟାପ ପିନ୍ଧିବାରେ ୧୪ ବର୍ଷ ହୋଇ ସାରିଛି। ସଚ୍ଚୋଟତାର ସହ କହିଲେ ମୁଁ କେବେ ବି ଭାବି ନଥିଲି ଏହି ଆରମ୍ଭ ମୋତେ ଏକ ଲମ୍ବା ଯାତ୍ରାରେ ନେଇଯିବ। ଏହା ମୋର ପରୀକ୍ଷା ନେଇଛି। ମୋତେ ଗଢିଛି ଶିକ୍ଷା ବି ଦେଇଛି। ଯାହାକୁ ମୁଁ ସାରା ଜୀବନ ସାଥୀରେ ରଖିବି। ଧଳା ଜର୍ସିରେ ଖେଳିବା ସୁନ୍ଦର ଅନୁଭୂତି। ଛୋଟ ଛୋଟ ମୂହୁର୍ତ୍ତ ଯାହା ଦେଖାଯାଏ ନାହିଁ କିନ୍ତୁ ସାରା ଜୀବନ ସାଥୀରେ ରହେ। ମୁଁ ଏହି ଫର୍ମାଟରୁ ଦୂରରେ ରହୁଛି ହେଲେ ସହଜ ନୁହେଁ। ମୁଁ ଏଥିରେ ମୋର ସବୁ କିଛି ଦେଇଛି। ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସାଇନିଂ ଅଫ୍  ୨୬୯।”

About The Author: The Sakala