ଆଜି ବିରାଟ କୋହଲିଙ୍କ ଜନ୍ମଦିନ, ୩୫ ବର୍ଷରେ ପାଦ ଥାପିଲେ ରନ୍ ମେସିନ୍ କୋହଲି

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ୩୫ ବର୍ଷରେ ପାଦ ଥାପିଛନ୍ତି ରନ୍ ମେସିନ୍ କିଙ୍ଗ ବିରାଟ୍ । କ୍ରିକେଟ ଦୁନିଆରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ବିରାଟ । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ବିରାଟ ଫୁଲ୍ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୪୪୨ ରନ୍ କରିସାରିଛନ୍ତି । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତାର ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । କୋହଲିଙ୍କ […]

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ୩୫ ବର୍ଷରେ ପାଦ ଥାପିଛନ୍ତି ରନ୍ ମେସିନ୍ କିଙ୍ଗ ବିରାଟ୍ । କ୍ରିକେଟ ଦୁନିଆରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ବିରାଟ । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ବିରାଟ ଫୁଲ୍ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୪୪୨ ରନ୍ କରିସାରିଛନ୍ତି । ଜନ୍ମଦିନକୁ ସ୍ମରଣୀୟ କରିବାକୁ କୋଲକତାର ଇଡେନ ଗାର୍ଡେନରେ ଆଜି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । କୋହଲିଙ୍କ ୭୦ ହଜାର ମୁଖା ବାଣ୍ଟିବାକୁ ନିଷ୍ପତ୍ତି ନେଇଛି ବେଙ୍ଗଲ କ୍ରିକେଟ ସଂଘ । ଏଥିସହ ଜନ୍ମଦିନ ପାଳନ ପାଇଁ ସ୍ୱତନ୍ତ୍ର କେକ ଅର୍ଡର କରାଯାଇଛି । କେକରେ କୋହଲିଙ୍କ ବିଭିନ୍ନ ରେକର୍ଡ ସ୍ଥାନିତ କରାଯିବ ନେଇ ସୂଚନା ମଳିଛି ।

୫ ନଭେମ୍ବର ୧୯୮୮ ମସିହା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ ଓକିଲ ଓ ମାଙ୍କ ନାଁ ସରୋଜ କୋହଲି । ପରିବାର ଲୋକଙ୍କ କହିବାଅନୁଯାୟୀ ବିରାଟ ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ । ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ବିରାଟ ଯୋଗ ଦେଇଥିଲେ ।

୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ । ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୦୮ରେ ଅଣ୍ଡର-୧୯ କ୍ରିକେଟ୍‌ ଦଳର ଅଧିନାୟକ ଭାବେ ମିଳିଥିଲା ଦାୟିତ୍ୱ । ଏହାକୁ ବି ସଠିକ୍‌ ଭାବେ ନିର୍ବାହ କରିଥିଲେ ବିରାଟ । ଆଉ ଅଣ୍ଡର-୧୯ ଟିମ୍‌କୁ ଚମ୍ପିଆନ୍‌ କରାଇଥିଲେ । ଏହାପରେ ବିରାଟଙ୍କ ପାଇଁ ଫିଟିଲା ସିନିୟର କ୍ରିକେଟ୍‌ ଟିମ୍‌ର ଦ୍ୱାର । ଅଗଷ୍ଟ ୧୮, ୨୦୦୮ରେ ଶ୍ରୀଲଙ୍କ ବିପକ୍ଷ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ଟେଷ୍ଟ ଏବଂ ଟି-୨୦ ଦଳରେ ବି ହେଲେ ସାମିଲ । ଆଉ କରିଚାଲିଥିଲେ ଦମ୍‌ଦାର ପ୍ରଦର୍ଶନ।

ବିରାଟ କୋହଲି ବର୍ତ୍ତମାନ ୨୮୮ ଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୧୩୫୨୫ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏବେ ସୁଦ୍ଧା ୪୮ଟି ଶତକ ହାସଲ କରିଥିବା ବେଳେ ୭୦ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି । ଦିନିକିଆ କ୍ରିକେଟ୍‌ରେ ସଚ୍ଚିନ ସବୁଠୁ ଅଧିକ ୪୯ଟି ଶତକକୁ ବ୍ରେକ୍‌ କରିବାକୁ ଆଉ ଗୋଟିଏ ସେଞ୍ଚୁରୀ ଆବଶ୍ୟକ ରହିଛି । ଯାହାକି ଚଳିତ ବିଶ୍ୱକପ୍‌ରେ ପୂରଣ ହୋଇଯିବ ବୋଲି ଆଶା କରାଯାଉଛି ।

About The Author: The Sakala