ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ପରାଜୟ ପରେ ଦିନିକିଆରୁ ଅବସର ନେଲେ ଷ୍ଟିଭ୍ ସ୍ମିଥ୍

ଦୁବାଇ : ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତଠାରୁ ପରାଜୟ ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ଆଉ ଏକ ଝଟକା ଲାଗିଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇଥିବା ଷ୍ଟିଭ୍ ସ୍ମିଥ୍ ଦିନିକିଆ ଫର୍ମାଟକୁ ଅଲବିଦା କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏହା ଘୋଷଣା କରିଛି। ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ଭାରତଠାରୁ ଚାରି ୱିକେଟରେ ପରାସ୍ତ ହୋଇଥିଲା। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ୍ ଦଳର ନେତୃତ୍ୱ ନେଉଥିଲେ। ଆଉ ଗତକାଲିର ପରାଜୟ ପରେ ସେ ଦିନିକିଆ କ୍ରିକେଟରୁ […]

ଦୁବାଇ : ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତଠାରୁ ପରାଜୟ ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ଆଉ ଏକ ଝଟକା ଲାଗିଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇଥିବା ଷ୍ଟିଭ୍ ସ୍ମିଥ୍ ଦିନିକିଆ ଫର୍ମାଟକୁ ଅଲବିଦା କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏହା ଘୋଷଣା କରିଛି। ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ଭାରତଠାରୁ ଚାରି ୱିକେଟରେ ପରାସ୍ତ ହୋଇଥିଲା। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥ୍ ଦଳର ନେତୃତ୍ୱ ନେଉଥିଲେ। ଆଉ ଗତକାଲିର ପରାଜୟ ପରେ ସେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ଷ୍ଟିଭ୍ ସ୍ମିଥ୍  ଦିନିକିଆ ଫର୍ମାଟ ଖେଳୁନଥିବା ବେଳେ ସେ ଟେଷ୍ଟ ଓ ଟି-୨୦ ଖେଳିବା ଜାରି ରଖିବେ ବୋଲି ଜଣାପଡିଛି।


ସ୍ମିଥଙ୍କ ଦିନିକିଆ କ୍ୟାରିଅର

ସ୍ମିଥ୍ ଅଷ୍ଟ୍ରେଲିଆ ପାଇଁ ମୋଟ ୧୭୦ଟି ଦିନିକିଆ ଖେଳି ୫୮୦୦ ରନ କରିଥିଲେ। ଦିନିକିଆରେ ତାଙ୍କର ସର୍ବୋତ୍ତମ ଇନିଂସ ହେଉଛି ୧୬୪ ରନ। ସେ ଦିନିକିଆରେ ୩୫ଟି ଅର୍ଦ୍ଧଶତକ ଏବଂ ୧୨ଟି ଶତକ ମାରିଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ସ୍ମିଥ୍ ଫର୍ମରେ ନଥିଲେ। ସେ ତିନୋଟି ଇନିଂସରେ ୪୮.୫୦ ହାରରେ ୯୭ ରନ କରିଥିଲେ। ତାଙ୍କର ସର୍ବୋତ୍ତମ ଇନିଂସ ଭାରତ ବିପକ୍ଷରେ ୭୩ ରନ ଥିଲା। ସ୍ମିଥ୍ ଫୁଲ୍ ଟସ୍ ବଲରେ ଶାମିଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ସ୍ମିଥ୍ ୧୯ ଫେବୃଆରୀ ୨୦୧୦ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ୨୦୧୫ ଏବଂ ୨୦୨୩ ରେ ଦୁଇଥର ଦିନିକିଆ ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅଂଶ ଥିଲେ।

About The Author: The Sakala