ଶେ‍ଫାଳି ବର୍ମାଙ୍କ କ୍ୟାପ୍ଟେନ୍ସିରେ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଖେଳିବ ଭାରତ

ନୂଆଦିଲ୍ଲୀ: ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର କ୍ୟାପଟେନ୍ ହେଲେ ଶେ‍ଫାଳି ବର୍ମା । ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପରେ ଭାରତୀୟ ଅଣ୍ଡର ୧୯ ଟିମ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଖେଳିବ। ଶେଫାଳି ସିନିୟର ଟିମ ସହ ଖେଳୁଥିବାରୁ ଅଣ୍ତର ୧୯ ବିଶ୍ୱକପରେ ଏହା ଭାରତୀୟ ମହିଳା ଦଳକୁ ନିଶ୍ଚିତ ଭାବେ ଫାଇଦା ଦେବ ବୋଲି ଆଶା କରାଯାଉଛି। ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ […]

ନୂଆଦିଲ୍ଲୀ: ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର କ୍ୟାପଟେନ୍ ହେଲେ ଶେ‍ଫାଳି ବର୍ମା । ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପରେ ଭାରତୀୟ ଅଣ୍ଡର ୧୯ ଟିମ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଖେଳିବ। ଶେଫାଳି ସିନିୟର ଟିମ ସହ ଖେଳୁଥିବାରୁ ଅଣ୍ତର ୧୯ ବିଶ୍ୱକପରେ ଏହା ଭାରତୀୟ ମହିଳା ଦଳକୁ ନିଶ୍ଚିତ ଭାବେ ଫାଇଦା ଦେବ ବୋଲି ଆଶା କରାଯାଉଛି।

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପାଇଁ ଶେଫାଳି ବର୍ମା ଭାରତର କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି ।

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପର ଉଦଘାଟନ ସଂସ୍କରଣ ଆସନ୍ତା ବର୍ଷ ଜାନୁଆରୀ ୧୪ ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିବେ | ଭାରତ ଗ୍ରୁପ୍ ଡିରେ ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ସ୍କଟଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।

ଭାରତୀୟ ଦଳ: ଶେଫାଳି ବର୍ମା (କ୍ୟାପଟେନ), ଶ୍ୱେତା ସେହରୱାକ (ଭାଇସ୍ କ୍ୟାପଟେନ), ରିଚା ଘୋଷ (ୱିକେଟ୍ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହେଦିଆ, ହର୍ଲି ଗାଲା, ରୁଷିତା ବସୁ (ୱିକେଟ୍ କିପର), ସୋନମ ଯାଦବ, ମନ୍ନତ୍ କାଶ୍ୟପ , ଅର୍ଚ୍ଚନା ଦେବୀ, ପାର୍ଶବୀ ଚୋପ୍ରା, ତିତାସ୍ ସାଧୁ, ଫଲକ ନାଜ୍, ଶବନମ ଏମଡି, ଶିଖା, ନଜଲା ସିଏସି, ଯଶଶ୍ରୀ।

About The Author: The Sakala