ପାକିସ୍ତାନକୁ ପ୍ରଥମ ଝଟକା ଦେଲେ ଭୁବନେଶ୍ବର କୁମାର, ଅଭେଶ ଖାନଙ୍କୁ ଫକର ଜମାନଙ୍କ ୱିକେଟ୍‌

ଦୁବାଇ: ଏସିଆ କପ୍‌ର ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଜାରି ରହିଛି। ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ପ୍ରଥମରୁ ଭଲ ଆରମ୍ଭ କରିଥିବା ପାକିସ୍ତାନକୁ ତୃତୀୟ ଓଭରରେ ଭୁବନେଶ୍ୱର କୁମାର ବଡ ଝଟକ ଦେଇଥିଲେ। At the […]

ଦୁବାଇ: ଏସିଆ କପ୍‌ର ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଜାରି ରହିଛି। ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ପ୍ରଥମରୁ ଭଲ ଆରମ୍ଭ କରିଥିବା ପାକିସ୍ତାନକୁ ତୃତୀୟ ଓଭରରେ ଭୁବନେଶ୍ୱର କୁମାର ବଡ ଝଟକ ଦେଇଥିଲେ।


ଭୁବନେଶ୍ୱର କୁମାର ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ଆଉଟ କରି ଭାରତକୁ ଏକ ବଡ ସଫଳତା ଦେଇଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ବ୍ୟକ୍ତିଗତ ରନରେ ୧୦ରନରେ ସ୍କୋର କରି ପାଭିଲିୟନରୁ ଫେରିଥିଲେ। ଭୁବନେଶ୍ବର ତାଙ୍କର ବ୍ୟକ୍ତିଗତ ଦ୍ବତୀୟ ଓଭର ଚତୁର୍ଥ ବଲରେ ବାବର ଆଜାମଙ୍କୁ ଅର୍ଶଦୀପ ସିଂହଙ୍କ ଦ୍ବାରା କ୍ୟାଚ୍‌ ଆଉଟ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଫକର ଜମାନ ମଧ୍ୟ ବ୍ୟକ୍ତିଗତ ୧୦ ରନ୍‌ରେ ଅଭେଶ ଖାନଙ୍କ ପ୍ରଥମ ଶିକାର ବିନିଥିଲେ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୭ ଓଭର ଖେଳି ୫୧ ରନ୍‌ରେ ୨ଟି ୱିକେଟ ହରାଇଛି।

About The Author: The Sakala