ଅଧାରୁ ବନ୍ଦ ହେଲା ଦିଲ୍ଲୀ-ପଞ୍ଜାବ ଆଇପିଏଲ ମ୍ୟାଚ୍‌, ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ

ଧର୍ମଶାଳା : ଆଜି IPL ୨୦୨୫ର ୫୮ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା।ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି। ଏଥି ସହିତ ଦର୍ଶକ ଓ ଖେଳାଳିଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ […]

ଧର୍ମଶାଳା : ଆଜି IPL ୨୦୨୫ର ୫୮ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା।ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି। ଏଥି ସହିତ ଦର୍ଶକ ଓ ଖେଳାଳିଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ବନ୍ଦ କରାାଯାଇଛି। ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଗ୍ରାଉଣ୍ଡର ଫ୍ଲଡଲାଇଟ୍୯:୨୯ ମିନିଟରେ ବନ୍ଦ କରିଦିଆଯାଇଛି। ଏହା ପରେ ଖେଳାଳି ଏବଂ ଦର୍ଶକମାନଙ୍କୁ ପଡ଼ିଆ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala