ପ୍ୟାରିସ୍‌ ଅଲିମ୍ପିକ୍ସ: ଅଧା ରହିଗଲା ଭାରତର ଫାଇନାଲ ସ୍ବପ୍ନ, ଆଜି ବ୍ରୋଞ୍ଚ ପାଇଁ ସ୍ପେନ ସହ ଲଢ଼େଇ

ପ୍ୟାରିସ୍‌ : ସ୍ବପ୍ନ ଅଧା ରହିଗଲା। ଟୋକିଓ ଭଳି ପ୍ୟାରିସରେ ବି ଫାଇନାଲର ଗୋଟିଏ ପାଦ ଆଗରୁ ହାରିଗଲା ଟିମ୍ ଇଣ୍ଡିଆ। ପ୍ୟାରିସ ଅଲିମ୍ପିକ୍ସ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୩-୨ ଗୋଲରେ ହାରିବା ପରେ ଭାରତୀୟ ପୁରୁଷ ହକି ଟିମର ଫାଇନାଲ ଆଶା ଅଧାରେ ରହିଯାଇଛି। ଦିର୍ଘ ୪୧ ବର୍ଷ ଗତଥର ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ଜିତିଥିବା ଭାରତ ପୁଣି ସେହି ପଦକ ପାଇଁ ଆଜି ସ୍ପେନ୍‌ ସହ ଖେଳିବା ନିଶ୍ଚିତ ହୋଇଛି। ମଙ୍ଗଳବାର ଏଠାରେ ଅନୁଷ୍ଠିତ […]

ପ୍ୟାରିସ୍‌ : ସ୍ବପ୍ନ ଅଧା ରହିଗଲା। ଟୋକିଓ ଭଳି ପ୍ୟାରିସରେ ବି ଫାଇନାଲର ଗୋଟିଏ ପାଦ ଆଗରୁ ହାରିଗଲା ଟିମ୍ ଇଣ୍ଡିଆ। ପ୍ୟାରିସ ଅଲିମ୍ପିକ୍ସ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୩-୨ ଗୋଲରେ ହାରିବା ପରେ ଭାରତୀୟ ପୁରୁଷ ହକି ଟିମର ଫାଇନାଲ ଆଶା ଅଧାରେ ରହିଯାଇଛି। ଦିର୍ଘ ୪୧ ବର୍ଷ ଗତଥର ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ଜିତିଥିବା ଭାରତ ପୁଣି ସେହି ପଦକ ପାଇଁ ଆଜି ସ୍ପେନ୍‌ ସହ ଖେଳିବା ନିଶ୍ଚିତ ହୋଇଛି।

ମଙ୍ଗଳବାର ଏଠାରେ ଅନୁଷ୍ଠିତ ପୁରୁଷ ହକି ସେମିଫାଇନାଲରେ ଲଢ଼ୁଆ ଖେଳିଥିଲେ ମଧ୍ୟ ଭାରତ ୨-୩ ଗୋଲରେ ବିଶ୍ୱଚାମ୍ପିଅନ ଜର୍ମାନୀଠାରୁ ପରାଜିତ ହୋଇଥିଲା। ଏହା ଫଳରେ ୯ମ ସ୍ୱର୍ଣ୍ଣଜିତିବାକୁ ଆଶାୟୀ ଥିବା ଭାରତର ଆଶା ଧୂଳିସାତ ହୋଇଯାଇଥିଲା। ଭାରତ ପକ୍ଷରୁ ପ୍ରଥମେ ଅଧିନାୟକ ହରମନପ୍ରୀତ୍‌ ସିଂ ପେନାଲ୍ଟି କର୍ଣ୍ଣରରୁ ଓ ସୁଖଜିତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଖେଳର ୧୧ଶ ମିନିଟ୍‌ରେ ଗୋଞ୍ଜାଲୋ ପିଏଲାଟ ପେନାଲ୍ଟି କର୍ଣ୍ଣରରୁ, ଖ୍ରୀଷ୍ଟୋଫର ରୁର ପେନାଲ୍ଟି ଷ୍ଟ୍ରୋକ୍‌ରୁ ଓ ଶେଷ ମୁହୂର୍ତ୍ତରେ ମାର୍କୋ ମିଟକାଉ ଫିଲ୍ଡ ଗୋଲ ସ୍କୋର କରିଥିଲେ। ଏହି ଗୋଲ ବଳରେ ଭାରତର ସ୍ୱପ୍ନ ଅଧୁରା ରହିଯାଇଥିଲା।

ଭାରତ ଏହି ମ୍ୟାଚ୍‌ରେ ଏକାଧିକ ଗୋଲ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ବିଶେଷ କରି ଦଳ ଅତିକମ୍‌ରେ ୩ଟି ଗୋଲ ଦେବାରେ ସମର୍ଥ ହୋଇ ନ ଥିଲା। ବାସନ୍ଦ ଯୋଗୁ ଏହି ମ୍ୟାଚ୍‌ ଖେଳି ପାରି ନ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ଅନୁପସ୍ଥିତି ଏହି ମ୍ୟାଚ୍‌ରେ ଅନୁଭୂତ ହୋଇଥିଲା। ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନେଦରଲାଣ୍ଡ୍‌ସ ୪-୦ ଗୋଲରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ବୁଧବାର ନେଦରଲାଣ୍ଡ୍‌ ଓ ଜର୍ମାନୀ ମଧ୍ୟରେ ସ୍ୱର୍ଣ୍ଣପଦକ, ଭାରତ ଓ ସ୍ପେନ୍‌ ମଧ୍ୟରେ କାଂସ୍ୟ ପଦକ ଲାଗି ମୁକାବିଲା ହେବ।

About The Author: The Sakala