କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍‌ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା।  ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା […]

କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍‌ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା।  ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ବେଳେ କିପରି ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ହେବ ସେ ନେଇ ସମସ୍ତ ପ୍ରକାର ବ୍ୟାବସ୍ଥା କରାଯାଇଛି ବୋଲି ଏଜି ସୂଚନା ଦେଇଛନ୍ତି। ଏଜିଙ୍କ ଆଶ୍ୱାସନା ପରେ ହାଇକୋର୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ କରାଯାଇଥିବା  ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକ ହାଇକୋର୍ଟରେ ଆବେଦନ କରିଥିଲେ। ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ଶ୍ରୀ ନାୟକ ଆବେଦନରେ ଦର୍ଶାଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଦର୍ଶକମାନଙ୍କ ପାଇଁ ପ୍ରଥମେ ସୁରକ୍ଷା ଦିଆଯାଉ ପରେ ମ୍ୟାଚ୍ କରାଯାଉ । ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସମାଜସେବୀ ସଞ୍ଜୟ କୁମାର ନାଏକ । ଏହି ମାମଲାରେ ସଞ୍ଜୟ କୁମାର ନାଏକଙ୍କ ସହ ମୋଟ୍ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ତେବେ ଆଜି ଏହି ମାମଲାର ବିଚାର ହୋଇଥିଲା। ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଭର୍ଚୁଆଲରେ ଉପସ୍ଥିତ ଥିବା ଏଜି ସୁରକ୍ଷା ମ୍ୟାଚ୍‌ କରିବାକୁ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ଏଜିଙ୍କ ଆଶ୍ୱାସନା ପାଇବା ପରେ କୋର୍ଟ ମାମଲା ଖାରଜ କରିଥିଲେ।

ସୂଚନାଯୋଗ୍ୟ ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ ମଧ୍ୟ କରାଯାଇଛି । ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଶେଷ ହୋଇଛି । ଆଜି ଟିକେଟ୍ ବୁକିଂ ଅଫଲାଇନରେ ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଆଜି ମଙ୍ଗଳବାର ଏବଂ ଆସନ୍ତାକାଲି ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏହି ଚାରିଦିନରେ ମୋଟ ୮ ହଜାର ଟିକେଟ୍ ଅଫଲାଇନରେ ବିକ୍ରି କରାଯିବ ।

About The Author: The Sakala