ଟି-୨୦ ବିଶ୍ବକପ୍‌ ପାଇଁ ପ୍ରଥମ ଦେଶ ଭାବେ ଟିମ୍‌ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ : ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଘୋଷଣା କରିଛି। ଅଭିଜ୍ଞ କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ  ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ। ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଭାବେ ୱିଲିୟମସନଙ୍କର ଏହା ହେଉଛି ଷଷ୍ଠ ଟି-୨୦ ବିଶ୍ୱକପ ଏବଂ ଅଧିନାୟକ ଭାବରେ ଚତୁର୍ଥ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ । ଅନ୍ୟପଟେ ଆଙ୍ଗୁଠିରେ ଆଘାତ ହେତୁ ଆଇପିଏଲ୍ ୨୦୨୪ରୁ ବାଦ୍‌ ପଡିଥିବା ଡେଭିନ୍‌ କନୱେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟି-୨୦ ଦଳକୁ […]

ନୂଆଦିଲ୍ଲୀ : ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଘୋଷଣା କରିଛି। ଅଭିଜ୍ଞ କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ  ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ। ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଭାବେ ୱିଲିୟମସନଙ୍କର ଏହା ହେଉଛି ଷଷ୍ଠ ଟି-୨୦ ବିଶ୍ୱକପ ଏବଂ ଅଧିନାୟକ ଭାବରେ ଚତୁର୍ଥ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ । ଅନ୍ୟପଟେ ଆଙ୍ଗୁଠିରେ ଆଘାତ ହେତୁ ଆଇପିଏଲ୍ ୨୦୨୪ରୁ ବାଦ୍‌ ପଡିଥିବା ଡେଭିନ୍‌ କନୱେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟି-୨୦ ଦଳକୁ ଫେରିଛନ୍ତି। ଏଥି ସହିତ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଗ୍ଲେନ୍ ଫିଲିପ୍ସ ଲକି ଫର୍ଗୁସନ୍ ଏବଂ ମ୍ୟାଟ୍ ହେନେରୀ ନ୍ୟୁଜିଲ୍ୟାଣ୍ଡ ଟିମରେ ସାମିଲ ହୋଇଛନ୍ତି।

ଜୁନ୍ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପକୁ ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରୁଛନ୍ତି । ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡର ଏହାର ପ୍ରଥମ ମ୍ୟାଚ୍ ଜୁନ୍ ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ।

ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ

କେନ୍ ୱିଲିୟମ୍ସନ୍ (ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ ସୋଧି, ଟିମ୍ ସାଉଦି। ରିଜର୍ଭ: ବେନ୍ ସିଆର୍ସ ।

About The Author: The Sakala