ପ୍ୟାରିସ୍‌ ଅଲିମ୍ପିକ୍ସରେ ନୂଆ ଜ୍ଞାନକୌଶଳ, ସିଧା ପ୍ରସାରଣ ହେବ ଖେଳାଳିଙ୍କ ମାତାପିତାଙ୍କ ପ୍ରତିକ୍ରିୟା

ପ୍ୟାରିସ: ଆଉ ଅଢେଇମାସ ପରେ ପ୍ୟାରିସରେ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆରମ୍ଭ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏଥର ଖେଳାଳିଙ୍କ ସୁରକ୍ଷା ଓ ମନୋରଞ୍ଜନକୁ ଦୃଷ୍ଟିରେ ରଖି ନୂଆ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରିବ। ଏହିକ୍ରମରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ମାନସିକତାକୁ ମଧ୍ୟ ମିନିଟର କରାଯିବ। କ୍ରିଡ଼ାବିତଙ୍କ ପରିବାର ସଦସ୍ୟଙ୍କ ହୃଦ୍‌ସ୍ପନ୍ଦନ (ହାର୍ଟବିଟ୍‌)କୁ ମପାଯିବ। ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସର ଫଟୋଗୁଡିକୁ ରଙ୍ଗୀନ କରାଯିବାକୁ ଯୋଜନା କରାଯାଇଛି। ଅଲିମ୍ପିକ୍ସ ଏଥର ପ୍ୟାରିସ୍‌ରେ […]

ପ୍ୟାରିସ: ଆଉ ଅଢେଇମାସ ପରେ ପ୍ୟାରିସରେ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆରମ୍ଭ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏଥର ଖେଳାଳିଙ୍କ ସୁରକ୍ଷା ଓ ମନୋରଞ୍ଜନକୁ ଦୃଷ୍ଟିରେ ରଖି ନୂଆ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରିବ। ଏହିକ୍ରମରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ମାନସିକତାକୁ ମଧ୍ୟ ମିନିଟର କରାଯିବ। କ୍ରିଡ଼ାବିତଙ୍କ ପରିବାର ସଦସ୍ୟଙ୍କ ହୃଦ୍‌ସ୍ପନ୍ଦନ (ହାର୍ଟବିଟ୍‌)କୁ ମପାଯିବ। ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସର ଫଟୋଗୁଡିକୁ ରଙ୍ଗୀନ କରାଯିବାକୁ ଯୋଜନା କରାଯାଇଛି। ଅଲିମ୍ପିକ୍ସ ଏଥର ପ୍ୟାରିସ୍‌ରେ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ ଶେଷ ହେବ।

ଖେଳାଳିଙ୍କ ମାତାପିତାଙ୍କ ପ୍ରତିକ୍ରିୟାର ସିଧା ପ୍ରସାରଣ ହେବ
ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟମାନଙ୍କ ମାତାପିତାଙ୍କ ରିଆକ୍ସନ ବା ପ୍ରତିକ୍ରିୟାର ସିଧା ପ୍ରାସାରଣ କରାଯିବ ବୋଲି ଯୋଜନା ହେଉଛି। ସେମାନଙ୍କର ହାର୍ଟରେଟ୍‌କୁ ମପାଯାଇ ଏପରି କରାଯିବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଏହା ଦ୍ୱାରା ଦର୍ଶକ ଆହୁରି ରୋମାଞ୍ଚିତ ହେବେ।

ଏଆଇ ସିସିଟିଭି କ୍ୟାମେରାରେ ହେବ ସୁରକ୍ଷା
ଅଲିମ୍ପିକ୍ସ ଆୟୋଜନ ଅବସରରେ ସନ୍ଦିଗ୍ଧ ଘଟଣାଗୁଡିକୁ ନଜରରେ ରଖାଯିବାକୁ ପ୍ରୟାସ କରାଯିବ। ଏଥିପାଇଁ ଏଆଇ କ୍ୟାମେରା ବ୍ୟବହୃତ ହେବ। ଯଦି କୌଣସି ବ୍ୟକ୍ତି ଅସ୍ତ୍ର ନେଇ ପଡିଆ ଭିତରକୁ ପ୍ରବେଶ କରନ୍ତି ବା ବିନା ଅନୁମତିରେ ଗ୍ରାଉଣ୍ଡରେ ପ୍ରବେଶ କରିବାକୁ ଉଦ୍ୟମ କରନ୍ତି, ତେବେ ଏହି ଘଟଣା କ୍ୟାମେରାରେ ରେକର୍ଡ କରାଯିବ ଓ ତୁରନ୍ତ ସୁରକ୍ଷା ଟିମ୍‌କୁ ଅବଗତ କରାଯିବ।

ରିୟଲ ଟାଇମ୍‌ ଆନାଲିସିସ୍‌ରେ ନିଷ୍ପତ୍ତି ନିଆଯିବ
ଏଆଇର ସହାୟତାରେ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଭିଡିଓର ଆନାଲିସିସ୍‌ କରାଯାଇ ନିର୍ଣ୍ଣୟ ଦିଆଯିବ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଡାଇଭିଂ ଇଭେଣ୍ଟରେ ସବୁ ପକ୍ଷକୁ ନେଇ ଏଆଇ ଆନାଲିସିସ୍‌ କରି ସଠିକ୍‌ ନିର୍ଣ୍ଣୟ ଦେଇପାରିବ।

୮କେ ଉଚ୍ଚକୋଟୀର ଲାଇଭ୍‌ ଷ୍ଟ୍ରିମିଂ
ଏଥର ଅଲିମ୍ପିକ୍ସରେ ୮କେ ଉଚ୍ଚକୋଟୀର ପିକ୍‌ଚର କ୍ୱାଲିଟି ମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରାଯିବ। ଆମେରିକାର ଜଣାଶୁଣା କମ୍ପାନୀ ‘ଇଣ୍ଟେଲ’ ମାଧ୍ୟମରେ ଦର୍ଶକ ଏଥର ଉଚ୍ଚକୋଟୀର ଭିଡିଓ ଓ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିପାରିବେ। ଏହା ଦ୍ୱାରା ନୂଆ ଯୁବ ପ୍ରତିଭାଗୁଡିକର ଅନ୍ୱେଷଣ ମଧ୍ୟ କରାଯାଇପାରିବ ବୋଲି କୁହାଯାଇଛି। ଏଥରର ଅଲମ୍ପିକ୍ସ ଭିନ୍ନ ଧରଣର ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

About The Author: The Sakala