୪୪ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୁଲ୍‌ ମହେନ୍ଦ୍ର ସିଂହ ଧୋନୀ

ମୁମ୍ୱାଇ: ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ହେଉଛି ତାଙ୍କ ୪୪ତମ ଜନ୍ମଦିନ । ଜନ୍ମଦିନ ଅବସରରେ ମାହିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ । ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ […]

ମୁମ୍ୱାଇ: ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ହେଉଛି ତାଙ୍କ ୪୪ତମ ଜନ୍ମଦିନ । ଜନ୍ମଦିନ ଅବସରରେ ମାହିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ।

ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନୀ ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମ ଉତ୍ତରାଖଣ୍ଡ ଲାୱଲିରେ। ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଉତ୍ତରାଖଣ୍ଡରେ ଜନ୍ମ ସତ କିନ୍ତୁ ବାପାଙ୍କ ଚାକିରି ପାଇଁ ସେ ରହୁଥିଲେ ରାଞ୍ଚିରେ । ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି । ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଧୋନୀ ଛୋଟବେଳେ ପଢୁଥିଲେ ପାଠ। ପିଲାଟିବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା ମାହୀଙ୍କର । ମାହି ଥିଲେ ଫୁଟବଲ ଟିମର ଗୋଲକିପର । ଗୋଲକିପିଂରେ ପ୍ରଭାବିତ ହେଇଥିଲେ ସ୍କୁଲ୍ କୋଚ୍ । ପରାମର୍ଶ ଦେଇଥିଲେ କ୍ରିକେଟ୍ ଖେଳିବାକୁ । ଧୋନୀଙ୍କ ବି କ୍ରିକେଟ ଖେଳିବା ସହ ଆରମ୍ଭ କରିଥିଲେ ୱିକେଟ କିପିଙ୍ଗ । ଯାହାକି ସମସ୍ତଙ୍କୁ କରିଥିଲା ପ୍ରଭାବିତ ।

About The Author: The Sakala