ଆଇପିଏଲ ମିଡିଆ ରାଇଟ୍ସ ନିଲାମୀ: ୪୩ ହଜାର କୋଟି ଟଙ୍କା ଟପିଲା ବିଡିଂ

ମୁମ୍ବାଇ୍‍: ହାଇପ୍ରୋଫାଇଲ ଇଣ୍ଡିଆ ପ୍ରିମିୟର ଲିଗ୍‍ (ଆଇପିଏଲ) ମିଡିଆ ରାଇଟ୍ସର ନିଲାମୀ ଏଥର ରେକର୍ଡ ସୃଷ୍ଟି କରିଛି। ୨୦୨୩- ୨୦୨୭ ସାଇକଲ ଅର୍ଥାତ ଆଗାମୀ ୫ଟି ସିଜନ ପାଇଁ ମିଡିଆ ରାଇଟ୍ସର ଇ-ନିଲାମୀ ରବିବାର ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ ବିଡିଂ ଅର୍ଥାତ ଡାକ ୪୨ ହଜାର କୋଟି ଟଙ୍କା ପାର କରିଥିଲା। ସୋମବାର ଏହି ପରିମାଣ ଆହୁରି ବୃଦ୍ଧି ପାଇ ୪୩ ହଜାର ୨୫୫ କୋଟି ଟଙ୍କାରେ ନିଲାମ ହୋଇଛି। ଅବଶ୍ୟ ସବୁଠାରୁ ଅଧିକ ବିଡ୍ […]

ମୁମ୍ବାଇ୍‍: ହାଇପ୍ରୋଫାଇଲ ଇଣ୍ଡିଆ ପ୍ରିମିୟର ଲିଗ୍‍ (ଆଇପିଏଲ) ମିଡିଆ ରାଇଟ୍ସର ନିଲାମୀ ଏଥର ରେକର୍ଡ ସୃଷ୍ଟି କରିଛି। ୨୦୨୩- ୨୦୨୭ ସାଇକଲ ଅର୍ଥାତ ଆଗାମୀ ୫ଟି ସିଜନ ପାଇଁ ମିଡିଆ ରାଇଟ୍ସର ଇ-ନିଲାମୀ ରବିବାର ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ ବିଡିଂ ଅର୍ଥାତ ଡାକ ୪୨ ହଜାର କୋଟି ଟଙ୍କା ପାର କରିଥିଲା। ସୋମବାର ଏହି ପରିମାଣ ଆହୁରି ବୃଦ୍ଧି ପାଇ ୪୩ ହଜାର ୨୫୫ କୋଟି ଟଙ୍କାରେ ନିଲାମ ହୋଇଛି। ଅବଶ୍ୟ ସବୁଠାରୁ ଅଧିକ ବିଡ୍ କେଉଁ କମ୍ପାନୀ ଡାକିଛି ସେ ନେଇ କିଛି ସୂଚନା ଦିଆଯାଇନାହିଁ। ସୂତ୍ର ଅନୁଯାୟୀ, ଟିଭି ରାଇଟସ ପ୍ରତି ମ୍ୟାଚରେ ୫୭ କୋଟି ଏବଂ ଡିଜିଟାଲ ରାଇଟ ପ୍ରତି ମ୍ୟାଚରେ  ପ୍ରତି ୪୮ କୋଟିରେ ବିକ୍ରି ହୋଇଛି। ସେମାନଙ୍କର ମୋଟ ବିଡ୍ ହେଉଛି ୪୩,୨୫୫ କୋଟି ରହିଥିଲା। ଟିଭି ପ୍ୟାକେଜ୍ ପାଇଁ ୨୩, ୫୭୫ କୋଟି ଏବଂ ଡିଜିଟାଲ୍ ପ୍ୟାକେଜ୍ ୧୯, ୬୮୦କୋଟିରେ ବିକ୍ରି ହୋଇଥିବା ସୂତ୍ରରୁ ଜଣାପଡ଼ିଛି।

କ୍ରେତାଙ୍କ ନାମ ପ୍ରକାଶ କରାଯାଇ ନାହିଁ।  କିଏ ସର୍ବାଧିକ ବିଡ୍ କରିଛି ତାହା ମଧ୍ଯ ପ୍ରକାଶ କରାଯାଇ ନାହିଁ। ୫ ବର୍ଷର ସମୟ ଅବଧୀରେ ସିଜନ ପିଛା ୭୪ଟି ମ୍ୟାଚ୍‍ ଖେଳାଯିବ। ଅନ୍ତିମ ଦୁଇବର୍ଷରେ ମ୍ୟାଚ୍‍ ସଂଖ୍ୟା ୯୪କୁ ବୃଦ୍ଧି ପାଇବ। ପ୍ରଥମ ଦିବସରେ ଭାରତୀୟ ଉପମହାଦେଶ ଟିଭି ଓ ଡିଜିଟାଲ ରାଇଟ୍ସ ପାଇଁ ଷ୍ଟାର ଓ ସୋନୀ ପିକ୍‍ଚର୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା।

୪ଟି ଭିନ୍ନ ପ୍ୟାକେଜ ପାଇଁ ଅଲଗା ଅଲଗା ନିଲାମୀ ଡକାଯାଇଥିଲା। ପ୍ରଥମଟି ହେଲା ଭାରତୀୟ ଉପମହାଦେଶ ପାଇଁ ଟିଭି ରାଇଟ୍ସ (ସବୁ ମ୍ୟାଚ୍‍), ଦ୍ୱିତୀୟଟି ହେଲା ଭାରତୀୟ ଉପମହାଦେଶ ପାଇଁ ଡିଜିଟାଲ ରାଇଟ୍ସ (ସବୁ ମ୍ୟାଚ), ତୃତୀୟଟି ହେଲା ଭାରତୀୟ ଉପମହାଦେଶ ପାଇଁ ଡିଜିଟାଲ ରାଇଟ୍ସ (କେତୋଟି ସ୍ୱତନ୍ତ୍ର ମ୍ୟାଚ) ଓ ଚତୁର୍ଥଟି ହେଲା ଭାରତୀୟ ଉପମହାଦେଶ ବାହାର ପାଇଁ ପ୍ରସାରଣ ଅଧିକାର (ସବୁ ମ୍ୟାଚ୍‍)। ୪ଟି ପ୍ୟାକଜର କମ୍ପାଉଣ୍ଡ ବେସ୍‍ ପ୍ରାଇସ୍‍ ୩୨,୮୯୦ କୋଟି ଟଙ୍କା ରଖାଯାଇଛି।

About The Author: The Sakala