ଆଇପିଏଲ୍-୨୦୨୪ର କ୍ରୀଡ଼ାସୂଚୀ ଜାରି, କଟକ ବାରବାଟୀରେ ଖେଳିପାରେ ଦିଲ୍ଲୀ କ୍ୟାପିଟାଲ୍ସ !

ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। IPL team Delhi Capitals is likely to play their first two IPL matches in Pune and Cuttack as Delhi’s Arun Jaitley Cricket […]

ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।


ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନର ଗୋଟିଏ ଦିନ ପରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟତ୍ର ଖେଳାଯିବ। ଏନେଇ ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ସୂଚନା ମିଳୁଛି ।

ଏହାସହ ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରେ ଚେନ୍ନାଇର ଚେପକରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି କରାଯାଇଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ୟ୍ୟସୂଚୀ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

 

About The Author: The Sakala