ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାରତ ଏକ ପାଳି ଏବଂ ୧୪୧ ରନ୍‌ରେ ବିଜୟୀ

ଡୋମିନିକା: ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏକ ପାଳି ଏବଂ ୧୪୧ ରନ୍‌ର ବିଶାଳ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଜୟ ହୋଇଛି । ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ ଇଣ୍ଡିଆ । ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଥିବା ଜସଶ୍ୱୀ ଜୈସଓ୍ୱାଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ […]

ଡୋମିନିକା: ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏକ ପାଳି ଏବଂ ୧୪୧ ରନ୍‌ର ବିଶାଳ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଜୟ ହୋଇଛି । ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ ଇଣ୍ଡିଆ । ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଥିବା ଜସଶ୍ୱୀ ଜୈସଓ୍ୱାଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଛି ।

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଓ୍ୱେଷ୍ଟଇଣ୍ଡିଜ୍‌ । ମ୍ୟାଚର ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଇନିଂସରେ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ରହିଥିଲା ଟିମ୍ ଇଣ୍ଡିଆ । ଅଶ୍ୱିନୀ ଏବଂ ଜାଡେଜାଙ୍କ ବୋଲିଂର ମୁକାବିଲା ନ କରିପାରି ଧରାଶାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ ଟିମ୍ । ଭାରତ ପ୍ରଥମ ଇନିଂସରେ ୪୨୧ ରନ୍‌ର ବିଶାଳ ସ୍କୋର ପାଳି ଘୋଷଣା କରିଥିଲା ।

ପ୍ରଥମ ଇନିଂସ ପରି ଦ୍ଵିତୀୟ ଇଂନିସରେ ମଧ୍ୟ ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ । ମାତ୍ର ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ୱେଷ୍ଟ ଇଣ୍ଡିଜ । ଯାହାଫଳରେ ଭାରତ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୪୧ ରନ୍‌ରେ ଜିତି ନେଇଛି । ୨ୟ ଇନିଂସରେ ଭାରତୀୟ ବୋଲିଂ ବିଭାଗ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୭ଟି ଓ୍ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍‌ ନେଇଛନ୍ତି ।

About The Author: The Sakala