ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-କାନାଡା

ଲାଉଡରହିଲ୍‌: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଛି। ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶକୁ ୬୦ ରନରେ ପରାସ୍ତ କରିବା ପରେ ଭାରତ ତା’ର […]

ଲାଉଡରହିଲ୍‌: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଛି। ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ଅଭ୍ୟାସ ମ୍ୟାଚ୍‌ରେ ବାଂଲାଦେଶକୁ ୬୦ ରନରେ ପରାସ୍ତ କରିବା ପରେ ଭାରତ ତା’ର ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ରନରେ ଓ ତୃତୀୟ ମ୍ୟାଚ୍‌ରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପଟେ କାନାଡା ଏହି ମ୍ୟାଚ୍‌ ଜିତି ସୁପର-୮ରେ ପ୍ରବେଶ କରିବାକୁ ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ନିର୍ଭର କରିବ। ତେଣୁ କାନାଡ଼ା ପାଇଁ କର ବା ସ୍ଥିତି ସୃଷ୍ଟି ହୋଇଛି।

ବର୍ଷା ଆଶଙ୍କା: ପ୍ରଥମଥର ପାଇଁ ମୁହାଁମୁହିଁ ହେବେ
ଫ୍ଲୋରିଡାର ଲାଉଡରହିଲ୍‌ର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଦୁଇ ଦଳ ପ୍ରଥମଥର ପାଇଁ ଟି-୨୦ ଫର୍ମାଟ୍‌ରେ ପରସ୍ପରକୁ ଭେଟିବେ। ଫ୍ଲୋରିଡାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣି ବର୍ଷା ମଧ୍ୟ ଲାଗି ରହିଛି। ମ୍ୟାଚ୍‌ ଅବସରରେ ଆକାଶ ମେଘୁଆ ରହିବ ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଲାଉଡରହିଲ୍‌ର ଏହି ପିଚ୍‌ ବ୍ୟାଟରଙ୍କ ସ୍ୱର୍ଗ ବୋଲି ଜଣାଶୁଣା। ତେବେ ବର୍ଷା କାରଣରୁ ପିଚ୍‌ର ଧର୍ମରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ ହାଇସ୍କୋରିଂ ହେବା ସହ ଛକା ଓ ଚୌକାର ବର୍ଷା ଦେଖିବାକୁ ମିଳିବ। ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ହୋଇଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେବାର ସମ୍ଭାବନା ଶତପ୍ରତିଶତ ରହିଛି। ଆରମ୍ଭରୁ ବ୍ୟାଟରମାନେ ସୁବିଧାଜନକ ସ୍ଥିତିରୁ ଫାଇଦା ଉଠାଇବେ। ତେବେ ମ୍ୟାଚ୍‌ ଆଗକୁ ବଢିଲେ ବୋଲରମାନେ ପ୍ରଭାବୀ ସାବ୍ୟସ୍ତ ହେବେ। ମ୍ୟାଚ୍‌ ଶେଷ ଆଡକୁ ବଲ୍‌ ଟର୍ଣ୍ଣ ମଧ୍ୟ ହେବାର ସମ୍ଭାବନା ରହିଛି। ଏଠାରେ ବର୍ଷା ଚାଲିଥିବାରୁ ଭରାତୀୟ ଦଳର ଅଭ୍ୟାସକୁ ବାତିଲ କରାଯାଇଛି। ଅନ୍ତିମ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଛି। ଟସ୍‌ ପଡିବା ପରେ ଅନ୍ତିମ ଏକାଦଶ ସଂକ୍ରାନ୍ତରେ ସବୁକିଛି ସ୍ପଷ୍ଟ ହେବ। ଟସ୍‌ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବ। ବିଜୟୀ ହେଲେ ଭାରତ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

କାନାଡା: ସାଦ ବିନ ଜାଫର (ଅଧିନାୟକ), ଆରୋନ ଜନସନ, ଡିଲନ ହେଲିଗର, ଦିଲପ୍ରୀତ ବାଜୱା, ରିଷିଭ ଜୋଶୀ, ଜେରେମି ଗୋର୍ଡୋନ, ଜୁନେଦ ସିଦ୍ଦିକି, କଲିମ ସାନା, କନୱରପାଲ ତଥଗୁର, ନବନୀତ ଧଲିୱାଲ, ନିକୋଲାସ କିର୍ଟୋନ, ପରଗତ ସିଂ, ରବୀନ୍ଦରପାଲ ସିଂ, ରେୟାନଖାନ ପଠାନ ଓ ଶ୍ରେୟାସ ମୋଭା।

About The Author: The Sakala