ବର୍ଷା ପାଇଁ ରଦ୍ଦ ହେଲା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

କାନବେରା:  ବିଶ୍ୱର ନଂ-୧ ତଥା ବିଶ୍ୱ ଚାମ୍ପିଅନ ଟିମ୍‌ ଭାରତ ଓ ନଂ-୨ ଟିମ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯. ୪ ଓଭରରେ ଗୋଟିଏ ୱିକେଟ ହରାଇ ୯୭ ରନ କରିଥିଲା। ଅଭିଷେକ ଶର୍ମା ୧୪ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଶୁବମନ ଗିଲ୍‌ ୨୦ ବଲରେ ୩୭ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୪ ବଲରେ ୩୯ ରନ କରି ଅପରାଜିତ ରହିଥିଲେ। ପରେ ବର୍ଷା ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ମ୍ୟାଚ ଆରମ୍ଭ ସମ୍ଭବ ହୋଇ ନ ଥିଲା। ଶେଷରେ ଆଜିର ମ୍ୟାଚକୁ ରଦ୍ଦ କରାଯାଇଛି।

ସେହିପରି, ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଏଲିସ୍‌ ଗୋଟିଏ ୱିକେଟ ନେଇଥିଲେ। 

About The Author: Deviprasad Mohanty