ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ଟକ୍କର, ୱାଙ୍ଖେଡେରେ ହେବ ହାଇ ସ୍କୋରିଂ ମୁକାବିଲା

ମୁମ୍ବଇ: ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ୍‌‌ର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ନଭେମ୍ବର ୧୫ ତାରିଖ ବୁଧବାର ଖେଳାଯିବ। ଏହି ମୁକାବିଲା ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଷ୍ଟାଡିୟମ୍‌‌ରେ ଜୋରଦାର ଅଭ୍ୟାସ କରିଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ରବିବାର ରେକର୍ଡ ୯ମ ମ୍ୟାଚ୍‌‌ ଜିତିଥିବା ଭାରତ ବିଳମ୍ବରେ ଏଠାରେ ପହଞ୍ଚିଛି। ଭାରତୀୟ ଦଳ ପହଞ୍ଚିବା ପରେ ହୋଟେଲରେ ଯାଇ ବିଶ୍ରାମ ନେଇଥିଲେ। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, […]

ମୁମ୍ବଇ: ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ୍‌‌ର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ନଭେମ୍ବର ୧୫ ତାରିଖ ବୁଧବାର ଖେଳାଯିବ। ଏହି ମୁକାବିଲା ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଷ୍ଟାଡିୟମ୍‌‌ରେ ଜୋରଦାର ଅଭ୍ୟାସ କରିଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ରବିବାର ରେକର୍ଡ ୯ମ ମ୍ୟାଚ୍‌‌ ଜିତିଥିବା ଭାରତ ବିଳମ୍ବରେ ଏଠାରେ ପହଞ୍ଚିଛି। ଭାରତୀୟ ଦଳ ପହଞ୍ଚିବା ପରେ ହୋଟେଲରେ ଯାଇ ବିଶ୍ରାମ ନେଇଥିଲେ। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବ୍ରେ ହୋଟେଲରୁ ସିଧାସଳଖ ଷ୍ଟାଡିୟମ୍‌‌ ଆସିଥିଲେ। ଏମାନେ ମିଳିତ ଭାବେ ପିଚ୍‌‌ ଅନୁଧ୍ୟାନ କରିଥିଲେ। ଯେଉଁ ପିଚ୍‌‌ରେ ମ୍ୟାଚ୍‌‌ ଖେଳାଯିବାକୁ ଅଛି ସେ ସମ୍ପର୍କରେ ପିଚ୍‌‌ ନିର୍ମାତା ତାପସ ଚାଟାର୍ଜୀଙ୍କ ସହ ଦୀର୍ଘ ସମୟ ଆେଲୋଚନା କରିଥିଲେ। ଏହି ଷ୍ଟାଡିୟମ୍‌‌ରେ ମ୍ୟାଚ୍‌‌ ଗୁଡିକ ହାଇସ୍କୋରିଂ ହେଉଥିବାରୁ ଯେ କୌଣସି ଦଳ ସପକ୍ଷରେ ମ୍ୟାଚ୍‌‌ ଯିବ ବୋଲି ଆଶା କରାଯାଉଛି। ଚଳିତ ବିଶ୍ୱକପ୍‌‌ରେ ଭାରତ ଯେପରି ଖେଳ ପ୍ରଦର୍ଶନ କରିଛି ସେଥିରେ ଏହି ଦଳକୁ ଫେବରାଇଟ୍‌ ମନେକରାଯାଉଛି। କିନ୍ତୁ ନକ୍‌‌ଆଉଟରେ ନୂଆ ଚୋକର ଭାବେ ଭାରତର ନାମ ଲିପିବଦ୍ଧ ହୋଇଛି। ଯଦି ଏହି ନକରାତ୍ମକ ରେକର୍ଡକୁ ହଟାଇବାକୁ ହେବ, ତେବେ ଭାରତକୁ ସେମିଫାଇନାଲ ମ୍ୟାଚ୍‌‌ ଜିତିବାକୁ ପଡ଼ିବ। ଗତଥର ଇଂଲଣ୍ଡରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱକପ୍‌‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା। ଏଠାରେ ଦଳକୁ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ୪ ବର୍ଷ ପରେ ଏହାର କିଛି ଗୁରୁତ୍ୱ ନଥିବାରୁ ଭାରତ ଏଥିଲାଗି ଚିନ୍ତିତ ନୁହେଁ। ସେହିପରି ଲିଗ୍‌‌ ଓ ନକ୍‌‌ଆଉଟ ଖେଳ ମଧ୍ୟରେ ଅନେକ ତଫାତ ରହିଥିବାରୁ ୱାଙ୍ଖେଡେ ମୁକାବିଲାରେ କିଏ ଫେବରାଇଟ୍‌‌, କିଏ ବିଜୟୀ ହେବେ କହିବା ମୁସ୍କିଲ। କିନ୍ତୁ ଗୋଟିଏ କଥା କହିପାରିବା, ଯେଉଁ ଦଳର ଖେଳାଳିମାନେ ଏହି ହାଇଭୋଲଟେଜ୍‌‌ ମ୍ୟାଚ୍‌‌ରେ ଚାପକୁ ଉଚିତ ମୁକାବିଲା କରିବେ, ସେହି ଦଳ ସପକ୍ଷରେ ଫଳାଫଳ ନିଶ୍ଚିତ ଯିବ।

ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଏଯାଏ ୪ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଥର ୩୫୦ରୁ ଊର୍ଦ୍ଧ୍ବ ରନ୍‌‌ କରିଛି। ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ଉଭୟ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ୨୯୦ରୁ ଅଧିକ ରନ୍‌‌ କରିଥିଲେ। ଏଥିରେ ଗ୍ଲେ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ୍‌‌ ବଳରେ ଅଷ୍ଟ୍ରେଲିଆ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ଏଭଳି ଆଉ ଏକ ହାଇସ୍କୋରିଂ ମୁକାବିଲା ହେବାର ସମ୍ଭାବନାକୁ ଆଦୌ ଏଡାଇଦେଇ ହେବ ନାହିଁ। ଏହି ୪ଟି ମୁକାବିଲାରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟିରେ ଓ ପିଛା କରିଥିବା ଦଳ ଗୋଟିଏ ମ୍ୟାଚ୍‌‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌‌ଟି ଅଷ୍ଟ୍ରେଲିଆ ୩ ୱିକେଟରେ ଜିତିଥିଲା।

ନ୍ୟୁଜିଲାଣ୍ଡ ଦଳ ଫ୍ଲଡ୍‌‌ଲାଇଟ୍‌‌ରେ ସାଢ଼େ ୩ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଦଳରେ କେହି ଆହତ ନଥିବା ଏଥିରୁ ଜଣାପଡ଼ିଥିଲା। ଅଧିନାୟକ କେନ୍‌‌ ୱିଲିୟମସନଙ୍କ ସମେତ ସମସ୍ତ ଖେଳାଳି ଅଭ୍ୟାସ କରିଥିଲେ। ଫାଷ୍ଟ ବୋଲର ଲକି ଫର୍ଗୁସନ୍‌ ସାମ୍ବାଦିକଙ୍କୁ କହନ୍ତି, ଏଠାରେ ହାଇ ସ୍କୋରିଂ ହେବା କିଛି ନୂଆ କଥା ନୁହେଁ। ଭାରତରେ ଦିନିକିଆ କ୍ରିକେଟରେ ଏହା ଏକ ସାଧାରଣ ଘଟଣା। ଏଥିଲାଗି ଆମେ ପ୍ରସ୍ତୁତ ରହିଛୁ।

About The Author: The Sakala