ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ। ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ। ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ତାରିଖରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ। ଭାରତ ତାର ପ୍ରଥମ […]

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ। ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ। ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ତାରିଖରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ। ଭାରତ ତାର ପ୍ରଥମ ମୁକାବିଲାରେ ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ଅଭିଯାନ ପାଞ୍ଚ ଥରର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ କରିବ। ତେବେ କ୍ରିକେଟର ଏହି ମହାକୁମ୍ଭରେ ସମସ୍ତଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ। ଅକ୍ଟୋବର ୧୫ରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇପାରେ।

କ୍ରିକବଜ୍ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବାକୁ ରାଜି ହୋଇଛି। କିନ୍ତୁ ପାକିସ୍ତାନ ଅହମ୍ମଦାବାଦରେ ଗ୍ରୁପ୍ ମ୍ୟାଚ୍ ଖେଳିବାକୁ ଚାହୁଁନାହିଁ। ସୂଚନା ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ। ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଭାଗ ନେବେ। ସେଥିମଧ୍ୟରୁ ୮ଟି ଦଳ ସିଧାସଳଖ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ୮ଟି ଦଳ ହେଉଛନ୍ତି ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା। ଅବଶିଷ୍ଟ ଦୁଇଟି ଦଳ ଜିମ୍ବାଓ୍ୱେରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ମାଧ୍ୟମରେ ନିଷ୍ପତ୍ତି ନିଆଯିବ।

About The Author: The Sakala