ଏସିଆ କପ୍‌ ହକି ଫାଇନାଲ୍‌ରେ ଭାରତ : ଦ.କୋରିଆ ସହ ଟାଇଟଲ୍‌ ଲଢ଼େଇ ଆଜି

ରାଜଗିର : ବିହାରରେ ଚାଲିଥିବା ପୁରୁଷ ଏସିଆ କପ୍‌ ହକିର ଦ୍ୱାଦଶ ସଂସ୍କରଣରେ ଆୟୋଜକ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯାଇଥିବା ଶେଷ ସୁପର୍‌-୪ ମୁକାବିଲାରେ ଚୀନକୁ ୭-୦ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ହର୍‌ମନ୍‌ପ୍ରୀତ୍‌ ସିଂହଙ୍କ ନେତୃତ୍ୱାଧୀନ ଭାରତ ସୁପର୍‌-୪ରେ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ଡ୍ର ରଖି ସର୍ବାଧିକ ୭ […]

ରାଜଗିର : ବିହାରରେ ଚାଲିଥିବା ପୁରୁଷ ଏସିଆ କପ୍‌ ହକିର ଦ୍ୱାଦଶ ସଂସ୍କରଣରେ ଆୟୋଜକ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯାଇଥିବା ଶେଷ ସୁପର୍‌-୪ ମୁକାବିଲାରେ ଚୀନକୁ ୭-୦ ଗୋଲ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ହର୍‌ମନ୍‌ପ୍ରୀତ୍‌ ସିଂହଙ୍କ ନେତୃତ୍ୱାଧୀନ ଭାରତ ସୁପର୍‌-୪ରେ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ଡ୍ର ରଖି ସର୍ବାଧିକ ୭ ପଏଣ୍ଟ ସହ ଟେବୁଲ୍‌ର ଶୀର୍ଷରେ ରହିଛି।

ଆଜି ଖେଳାଯିବାକୁ ଥିବା ଟାଇଟଲ୍‌ ଲଢେ଼ଇରେ ପାଞ୍ଚ ଥରର ବିଜେତା ଦକ୍ଷିଣ କୋରିଆ ସହ ଭାରତର ମୁକାବିଲା ହେବ।  ଏଥିରେ ବିଜୟୀ ଦଳ ସ୍ୱର୍ଣ୍ଣ ପଦକ ସହ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଏସିଆ କପ୍‌ ଇତିହାସରେ ଭାରତ ୩ଥର ଚାମ୍ପିଅନ ଓ ୫ଥର ରନର୍ସଅପ୍‌ ହୋଇଛି। ଶେଷଥର ଲାଗି ୨୦୧୭ରେ ଭାରତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା।

About The Author: The Sakala