ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ : ଭାରତର ବ୍ୟାଟିଂ ବିପର୍ଯ୍ୟୟ ‌

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ। ଏଥିରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ରୋହିତ ଶର୍ମା ମ୍ୟାଚ୍‌ ଖେଳୁନଥିବା କାରଣରୁ ଓପନିଂ କରିବାକୁ ଆସିଥିଲେ ଶିଖର ଧୱନ ଓ ଲୋକେଶ ରାହୁଲ୍। ବେଶ କିଛି ଦିନ ପରେ ଦଳକୁ ଫେରିଥିବା ଲୋକେଶ ରାହୁଲ୍ ପୁଣିଥରେ ଫେଲ୍‌ ହୋଇଥିଲେ। […]

ଅହମଦାବାଦ : ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ। ଏଥିରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ରୋହିତ ଶର୍ମା ମ୍ୟାଚ୍‌ ଖେଳୁନଥିବା କାରଣରୁ ଓପନିଂ କରିବାକୁ ଆସିଥିଲେ ଶିଖର ଧୱନ ଓ ଲୋକେଶ ରାହୁଲ୍। ବେଶ କିଛି ଦିନ ପରେ ଦଳକୁ ଫେରିଥିବା ଲୋକେଶ ରାହୁଲ୍ ପୁଣିଥରେ ଫେଲ୍‌ ହୋଇଥିଲେ। ମାତ୍ର ଏକ ରନ୍‌ରେ ଜୋଫ୍ରା ଆର୍ଚର୍‌ଙ୍କ ଶିକାର ହୋଇଥିଲେ।

ଏହପରେ ପଡିଆକୁ ଆସିଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । କିନ୍ତୁ ସେ ବିନା କୌଣସି ରନ୍‌ରେ ଇଂଲଣ୍ଠ ସ୍ପିନର ରସିଦ୍‌ଙ୍କ ଶିକାର ହୋଇଥିଲେ । ବିରାଟ୍‌ଙ୍କ ପରେ ପଡିଆକୁ ଆସିଥିବା ଋଷଭ ପନ୍ଥ ଭଲ ବ୍ୟାଟିଂ ଜାରି ରଖିଥିଲେ । ଋଷଭ ଓ ଶିଖର ଧୱନଙ୍କ ଯୋଡି ଜମିଆସୁଥିବା ବେଳେ ଉୁଡ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ ଶିଖର। ଖବର ଲେଖାଯିବା ସମୟରେ ପଡିଆରେ  ଋଷଭ ପନ୍ଥଙ୍କ ସହଶ୍ରେୟସ ଆୟର୍ ବ୍ୟାଟିଂ ଜାରି ରଖିଥିଲେ ଏବଂ ଦଳୀୟ ସ୍କୋର ୬.୪ ଓଭରରେ ୨୮ ରନ୍‌ ଥିଲା।

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦଳରେ ତିନିଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି। ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍ ଓ ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହୋଇଛନ୍ତି। ସେହିପରି ପେସ୍ ବିଭାଗରେ ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି। ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର୍, ମାର୍କ ଉଡ୍ ଓ କ୍ରିସ୍ ଜୋର୍ଡାନ୍ ଭଳି ପେସ୍ ବୋଲରଙ୍କୁ ସାମିଲ୍‌ କରାଯାଇଛି।

About The Author: The Sakala