ବିଶାଖାପାଟନମ୍: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି ।
୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ହାରିଥିଲା ଭାରତୀୟ ଟିମ୍ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଯାହାକୁ ଟିମ୍ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଯୁବ ଜଶସ୍ୱୀ ଜୈସଓ୍ୱାଲ୍ଙ୍କ ଦମ୍ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍ କରିଥିଲା । ଏହାପରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।
ଦ୍ଵିତୀୟ ଇନିଂସରେ ମଧ୍ୟ ଭାରତ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା । ମାତ୍ର ୨୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ପୁରା ଟିମ୍ ଇଣ୍ଡିଆ । ପୂର୍ବ ଇନିଂସର ରନ୍ ଏବଂ ୨ୟ ପାରିର ରନ୍କୁ ମିଶାଇ ୩୯୯ ରନ୍ର ଟାର୍ଗେଟ ରହିଥିଲା । ମାତ୍ର ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଇଂଲଣ୍ଡ ଦଳ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।